Advertisment

ରାତି ଅଧରେ ଘରେ ପଶିଲା ଦନ୍ତା, ମହିଳାଙ୍କୁ ଟାଣି କଚାଡ଼ିଦେଲା

ରାଧିକାଶୋଳ ଗ୍ରାମରେ ହାତୀ ପଶିବାର ଆଶଙ୍କା ଥିବାରୁ ବନବିଭାଗ ପକ୍ଷରୁ ଘରୁ ନ ବାହାରିବାକୁ ଗ୍ରାମବାସୀଙ୍କୁ ସତର୍କ କରାଯାଇଥିଲା । ଏଥିନିମନ୍ତେ ଡାକଵାଜି ଯନ୍ତ୍ର ଦ୍ୱାରା ପ୍ରଚାର କରାଯାଇଥିଲା।

Gathering

Gathering

Advertisment

ରାତିରେ ଶୋଇଥିବା ମହିଳାଙ୍କୁ ଘରୁ ଟାଣିନେଲା ଦନ୍ତା। ଆଉ ଆଖି ପିଛୁଳାକେ କଚାଡ଼ି ମାରିଦେଲା। ଏପରି ଏକ ଦୁଃଖଦ ଘଟଣା ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ବାରିପଦା ରେଞ୍ଜ ଅଧୀନ ରାଧିକାଶୋଳ ଗ୍ରାମରେ ଘଟିଛି। ଏହାକୁ ନେଇ ଆଜି ସକାଳେ ଗ୍ରାମରେ ଉତ୍ତେଜନା ଦେଖାଦେଇଛି l ମୃତା ମହିଳା ଜଣକ ହେଉଛନ୍ତି ଗ୍ରାମର ମାନକା ହାଁସଦା ।

Advertisment

ରାଧିକାଶୋଳ ଗ୍ରାମରେ ହାତୀ ପଶିବାର ଆଶଙ୍କା ଥିବାରୁ ବନବିଭାଗ ପକ୍ଷରୁ ଘରୁ ନ ବାହାରିବାକୁ ଗ୍ରାମବାସୀଙ୍କୁ ସତର୍କ କରାଯାଇଥିଲା । ଏଥିନିମନ୍ତେ ଡାକଵାଜି ଯନ୍ତ୍ର ଦ୍ୱାରା ପ୍ରଚାର କରାଯାଇଥିଲା।

ଗତ ରାତିରେ ବେତନଟୀ ରେଞ୍ଜ ଇଲାକାରେ ଥିବା ଏକ ଦନ୍ତା ୧୮ନଂ ଜାତୀୟ ରାଜପଥ ଅତିକ୍ରମ କରି ଭୋର ତିନିଟା ପାଖାପାଖି ସମୟରେ ରାଧିକାଶୋଳ ଗ୍ରାମରେ ପ୍ରବେଶ କରିଥିଲା । ଗ୍ରାମର ତିନି ଚାରିଟି ଘର ଭାଙ୍ଗିବା ସହିତ ଘର ଭିତରେ ଶୋଇଥିବା ମାନକାଙ୍କୁ ଘୋଷାଡ଼ି ଆଣି ଅଗଣାରେ କଚାଡି ଦେଇଥିଲା ।

Advertisment

ଉକ୍ତ ସମୟରେ ଘରେ ଶୋଇଥିବା ମାନକାଙ୍କ ସ୍ୱାମୀ ସୀତାନାଥ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଗ୍ରାମରେ ଚହଳ ପଡିଯାଇଥିଲା lଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଥିବା ବେଳେ ବନବିଭାଗର ଅପାରଗତାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇଛି l

ଗୁରୁବାର ସକାଳେ କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧିକାରୀ ଏଏସଆଇ ସୂତାର କୁମାର ମହାନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ବାରିପଦା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଛନ୍ତି l ତେବେ ବାରମ୍ବାର ବନବିଭାଗର ଅବହେଳା ଏବଂ ଅପାରଗତା ପାଇଁ ହାତୀ ଜନବସତି ଭିତରେ ପଶି ଧନଜୀବନ ହାନି କରୁଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଲାଗିରହିଛି l ଏହାକୁ ନେଇ ଆଜି ସକାଳୁ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି।

Mayurbhanj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe