Advertisment

ଘରକୁ ଫେରୁଥିବା ବେଳେ ଦଳି ଦେଲା ଦନ୍ତା

ଗତ ୨୪ ଘଣ୍ଟା ମଧ୍ୟରେ ସ୍ଥାନୀୟ ଅଞ୍ଚଳରେ ହାତୀ ଆକ୍ରମଣରେ ଏହା ହେଉଛି ଦ୍ୱିତୀୟ ମୃତ୍ୟୁ।

ଅଦ୍ୟତନ ହୋଇଛି
Accident

Accident

Advertisment

ଢେଙ୍କାନାଳ ଜିଲା ଗଁଦିଆ ଥାନା ନେଉଳପୋଇ ଗ୍ରାମ ନିକଟରେ ଆଜି ଅପରାହ୍ନରେ ଦନ୍ତା ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ନାଁ ବିପିନ ମହାନ୍ତି। ତାଙ୍କ ଘର ବିରିଖୁଣ୍ଟି ଗାଁରେ।

Advertisment

ଅପରାହ୍ନରେ କାମ ସାରି ନିଜ ଗାଁକୁ ଫେରୁଥିବା ବେଳେ ନେଉଳପୋଇ-ଯୋରନ୍ଦା ରାସ୍ତାର ଖେଳ ପଡ଼ିଆ ନିକଟରେ ହଠାତ୍ ଏକ ଦନ୍ତା ହାତୀ ହାବୁଡ଼ରେ ପଡ଼ିଯାଇଥିଲେ ବିପିନ।

ହାତୀଟି ରାସ୍ତା ଉପରକୁ ଆସି ଅତର୍କିତ ଭାବେ ବିପିନଙ୍କୁ ଆକ୍ରମଣ କରିଥିଲା। ତାଙ୍କ ଛାତି ଓ ମୁହଁକୁ ଗୋଡରେ ଦଳି ଦେଇଥିଲା ଦନ୍ତା ହାତୀ। ଫଳରେ ଘଟଣାସ୍ଥଳରେ ହିଁ ବିପିନଙ୍କର ମୃତ୍ୟୁ ଘଟିଥିଲା।

Advertisment

ଏହି ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। କାରଣ ଗତ ୨୪ ଘଣ୍ଟା ମଧ୍ୟରେ ସ୍ଥାନୀୟ ଅଞ୍ଚଳରେ ହାତୀ ଆକ୍ରମଣରେ ଏହା ହେଉଛି ଦ୍ୱିତୀୟ ମୃତ୍ୟୁ। ଶୁକ୍ରବାର ଅପରାହ୍ନରେ ହାତୀ ଆକ୍ରମଣରେ ହରଡ଼ବେରେଣା ଗାଁର ନାରାୟଣ ଭୋଇଙ୍କର ମୃତ୍ୟୁ ଘଟିଥିଲା। ବନ ବିଭାଗ ପକ୍ଷରୁ ଉକ୍ତ ଅଞ୍ଚଳରୁ ହାତୀଟିକୁ ତୁରନ୍ତ ତଡ଼ିବାକୁ ବ୍ୟବସ୍ଥା କରିବାକୁ ଲୋକେ ଦାବି କରିଛନ୍ତି।

Elephant Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe