Medical
Advertisment
କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ରେଙ୍ଗାଳବେଡ଼ା ଜଙ୍ଗଲରେ ଆଜି ସଂଧ୍ୟାରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ କଟାବେଡ଼ା ଗାଁର କ୍ଷୀରୋଦଚନ୍ଦ୍ର ମହାନ୍ତ।
Advertisment
ସେ ହାତୀ ଘୋଉଡ଼ାଇବା ପାଇଁ ଯାଇଥିବା ସମୟରେ ହାତୀ ଆକ୍ରମଣ କରିଥିଲା। ସେଠାରେ ସେ ଗୁରୁତର ହୋଇପଡ଼ିଥିଲେ। ବନ ବିଭାଗ କର୍ମଚାରୀ ଓ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର କ୍ଷୀରୋଦଙ୍କୁ ମୃତ ଘୋଷଣା କରିଥିଲେ।
ପାଟଣା ରେଞ୍ଜ ଅଞ୍ଚଳରେ ଏକ ସପ୍ତାହ ହେବ ହାତୀପଲ ଉପଦ୍ରବ ଚଳାଇଥିବା ବେଳେ ଆଜି ଦିନ ତମାମ ହାତୀପଲ ରେଙ୍ଗାଳବେଡ଼ା ଗାଁ ନିକଟରେ ଡେରା ପକାଇଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Medical_1694191975.jpg)