Advertisment

ବିଲକୁ ଯାଉଥିବା ବେଳେ ମାରିଦେଲା ହାତୀ

ଅନୁଗୋଳ ବନଖଣ୍ଡ ଅଞ୍ଚଳରେ ଗତ କିଛି ଦିନ ହେଲା ହାତୀ ଉପଦ୍ରବ ବଢ଼ିଛି।

author-image
Jitendra Garnayak
Elephant

Elephant

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ୍ ଗଡ଼ସନ୍ତ୍ରୀ ପଞ୍ଚାୟତ ବାଇଝାଲିଆ ସାହିରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ପ୍ରଫୁଲ୍ଲ କୁମାର ଭୋଇ ଓରଫ ବିଦ। ଆଜି ସକାଳେ ସେ ବିଲକୁ ଯାଉଥିବା ସମୟରେ ହାତୀ ତାଙ୍କୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ବିଦଙ୍କର ମୃତ୍ୟୁ ଘଟିଥିଲା।

Advertisment

ଅନୁଗୋଳ ବନଖଣ୍ଡ ଅଞ୍ଚଳରେ ଗତ କିଛି ଦିନ ହେଲା ହାତୀ ଉପଦ୍ରବ ବଢ଼ିଛି। ମୁଖ୍ୟତଃ ଏକ ଗୋଠଛଡ଼ା ହାତୀ ବିଭିନ୍ନ ସମୟରେ ଜନବସତି ମୁହାଁ ହେବା ସହ ଆକ୍ରମଣ କରୁଛି।

ଗତ ରବିବାର ରାତିରେ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଫରେଷ୍ଟ ରେଞ୍ଜର ଟିମିନା କିଷାନ ପଡ଼ାରେ ହାତୀ ଆକ୍ରମଣରେ ବିପିନ ଟପୋ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ହାତୀଟି ତାଙ୍କ ଘର ଭାଙ୍ଗୁ ଥିବା ବେଳେ ସେ ବାହାରକୁ ଚାଲି ଆସିଥିଲେ। ହାତୀ ତାଙ୍କୁ ଣୁଣ୍ଢରେ କଚାଡ଼ି ମାରି ଦେଇଥିଲା।

Advertisment

ସେହିପରି ଗତ ଶନିବାର ରାତିରେ ସୁନ୍ଦରଗଡ଼ ସଦର ଫରେଷ୍ଟ ରେଞ୍ଜର ଟାଙ୍ଗର ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ନାଁ ଆଲାର କୁଲ୍ଲୁ।

Elephant Attack