Advertisment

ହାତୀ ଆକ୍ରମଣରେ ଜଣେ ମୃତ

ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ସହ ହାତୀ ଉପଦ୍ରବ ରୋକିବା ନିମନ୍ତେ ପଦକ୍ଷେପ ନେବାକୁ ଦାବି କରିଛନ୍ତି ଗ୍ରାମବାସୀ।

author-image
Jitendra Garnayak
Police

Police

ଅନୁଗୋଳ ଜିଲ୍ଲା ତୁଳସୀପାଳ ଗାଁରେ ଆଜି ସକାଳେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ପରୁ ଗୋଛୟତ।

Advertisment

କୌଣସି କାମରେ ଘର ପାଖ ପଡ଼ିଆକୁ ଯାଇଥିବା ବେଳେ ପରୁଙ୍କୁ ହାତୀ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ଅନୁଗୋଳ ବନଖଣ୍ଡ ଅଞ୍ଚଳରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ବଢ଼ିଛି। ହାତୀ ବିଭିନ୍ନ ସମୟରେ ଜନବସତି ମୁହାଁ ହେବା ସହ ଗାଈଗୋରୁ ଓ ମଣିଷକୁ ଆକ୍ରମଣ କରୁଛନ୍ତି।

Advertisment

ଆଜିର ଘଟଣା ପରେ ଗାଁରେ ଅସନ୍ତୋଷ ଦେଖାଦେଇଛି। ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ସହ ହାତୀ ଉପଦ୍ରବ ରୋକିବା ନିମନ୍ତେ ପଦକ୍ଷେପ ନେବାକୁ ଦାବି କରିଛନ୍ତି ଗ୍ରାମବାସୀ। ଘଟଣା ବିଷୟରେ ଖବର ପାଇ ବନବିଭାଗ ଅଧିକାରୀ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। 

Elephant Attack