Advertisment

ରେଡିଓ କଲାର ଲଗାଇ ବି ଜଗି ପାରିଲାନି ବନ ବିଭାଗ, ଜଣଙ୍କୁ କଚାଡ଼ି ଦେଲା ଦନ୍ତା

୧୫ ଦିନ ତଳେ ଟ୍ରାଙ୍କୁଲାଇଜ ହୋଇଥିଲା ଦନ୍ତା। ଦେହରେ ରେଡିଓ କଲାର ଲଗାଯାଇ ଜଙ୍ଗଲରେ ଛଡ଼ା ଯାଇଥିଲା। ମାତ୍ର ପୁଣି ଥରେ ଉତ୍ପାତ ମଚାଇଲା ଦନ୍ତା ଓ ଜଣେ ବୟସ୍କ ବ୍ୟକ୍ତିଙ୍କୁ ଟେକି କଚାଡ଼ି ଦେଲା।

Elephant

Elephant

Advertisment

୧୫ ଦିନ ତଳେ ଟ୍ରାଙ୍କୁଲାଇଜ ହୋଇଥିଲା ଦନ୍ତା। ଦେହରେ ରେଡିଓ କଲାର ଲଗାଯାଇ ଜଙ୍ଗଲରେ ଛଡ଼ା ଯାଇଥିଲା। ଅଞ୍ଚଳବାସୀଙ୍କୁ କୁହାଯାଇଥିଲା, ଆଉ ଧନଜୀବନ କ୍ଷତି ହେବନି। କାରଣ ଦନ୍ତା ଉପରେ କଡ଼ା ନଜର ରଖିବ ବନ ବିଭାଗ ।

Advertisment

ମାତ୍ର ସବୁ ଓଲଟପାଲଟ ହୋଇଗଲା। ପୁଣି ଥରେ ଉତ୍ପାତ ମଚାଇଲା ଦନ୍ତା ଓ ଜଣେ ବୟସ୍କ ବ୍ୟକ୍ତିଙ୍କୁ ଟେକି କଚାଡ଼ି ଦେଲା। ଏପରି ଏକ ଘଟଣା ସୁନ୍ଦରଗଡ଼ ଜିଲ୍ଲା କୋଇଡା ରେଞ୍ଜ ପାଟମୁଣ୍ଡା ଗ୍ରାମରେ ଘଟିଛି। ମୃତକ ହେଲେ ପଚାଶ ବର୍ଷୀୟ ସମା ମୁଣ୍ଡା ।

ଦନ୍ତା ହାତୀଟି ଗତକାଲି ବିଳମ୍ବିତ ରାତ୍ରୀରେ ସମାଙ୍କ ଘର ନିକଟକୁ ଆସିଥିଲା। ପରିବାର ଲୋକ ଜୀବନ ବିକଳେ ଘର ଛାଡି ଦୌଡ଼ି ଯାଉଥିବା ବେଳେ ସମା ଦନ୍ତା ସାମ୍ନାରେ ପଡ଼ି ଯାଇଥିଲେ । ତାଙ୍କୁ ଦନ୍ତା ଶୁଣ୍ଡରେ ଟାଣି ନେଇ ଘର ବାହାରେ ପାଦରେ ଦଳି ଦେବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।

Advertisment

ଏହି ଘଟଣା ପରେ ଗ୍ରାମରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବି କରିଛନ୍ତି ପରିବାର ଲୋକେ । ବନ ବିଭାଗ କର୍ମଚାରୀ ପହଞ୍ଚି କ୍ଷତିପୂରଣର ପ୍ରତିଶ୍ରୁତି ଦେଇ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।

ତେବେ ହାତୀ ଶରୀରରେ ରେଡିଓ କଲାର ଲଗାଇ ବନ ବିଭାଗ ନିଶ୍ଚିତ ବସୁଥିବା ବେଳେ ଏହାଦ୍ୱାରା ଗ୍ରାମବାସୀ କେତେ ସୁରକ୍ଷିତ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Elephant Attack Sundargarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe