Jungle
Advertisment
ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ରେଞ୍ଜରେ ଥମିବାର ନାଁ ଧରୁନି ହାତୀ ଉପଦ୍ରବ । ଶନିବାର ରାତିରେ କୋଇଡା ରେଞ୍ଜର କଦମଢ଼ି ଗାଁର ନାଳିଆଢ଼ି ବସ୍ତିରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାଁ ସୁମିତା ମୁଣ୍ଡା।
Advertisment
ସୁମିତା କୋଇଡା ବଜାରରୁ କିଣାକିଣି କରି ଘରକୁ ଫେରୁଥିବା ବେଳେ ଏକ ଦନ୍ତା ହାତୀ ତାଙ୍କୁ ଶୁଣ୍ଡରେ ଟେକି କଚାଡ଼ି ଦେବା ସହିତ ପାଦରେ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।
ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣାସ୍ଥଳରେ କୋଇଡା ବନ ବିଭାଗ ଏବଂ କୋଇଡା ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Jungle_1691309868.jpg)