Advertisment

ହାତୀକୁ ପିଟିଦେଲା ୧୨ ଚକିଆ ଆଇରନ୍‌ ବୋଝେଇ ଟ୍ରକ୍‌

କେନ୍ଦୁଝର ବନଖଣ୍ଡ ଦେଇ ଯାଇଥିବା ୪୯ ନମ୍ୱର ଜାତୀୟ ରାଜପଥରେ ଏକ ଆଇରନ୍‌ ବୋଝେଇ ୧୨ ଚକିଆ ଟ୍ରକ୍‌ ଅନୁଗୋଳ ଜିଲ୍ଲା ପାଲଲହଡା ଅଭିମୁଖେ ଯାଉଥିଲା। ଠିକ୍‌ ସେହି ସମୟରେ କଣ୍ଟାବାହାଳ ଛକ ପାଖରେ ଏକ ଦନ୍ତା ହାତୀ ରାସ୍ତା ଅତିକ୍ରମ କରୁଥିବା ବେଳେ ଟ୍ରକ୍‌ ଧକ୍କା ଦେଇଥିଲା।

Elephant

Elephant

Advertisment

ହାତୀକୁ ପିଟିଦେଲା ୧୨ ଚକିଆ ଆଇରନ୍‌ ବୋଝେଇ ଟ୍ରକ୍‌। ଯାହାଫଳରେ ଘଟଣା ସ୍ଥଳରେ ହାତୀର ମୃତ୍ୟୁ ଘଟିଥିଲା। ଆଜି ସନ୍ଧ୍ୟା ବେଳେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ୪୯ ନମ୍ୱର ଜାତୀୟ ରାଜପଥରେ ଘଟିଛି।

Advertisment

କେନ୍ଦୁଝର ବନଖଣ୍ଡ ଦେଇ ଯାଇଥିବା ୪୯ ନମ୍ୱର ଜାତୀୟ ରାଜପଥରେ ଏକ ଆଇରନ୍‌ ବୋଝେଇ ୧୨ ଚକିଆ ଟ୍ରକ୍‌ ଅନୁଗୋଳ ଜିଲ୍ଲା ପାଲଲହଡା ଅଭିମୁଖେ ଯାଉଥିଲା। ଠିକ୍‌ ସେହି ସମୟରେ କଣ୍ଟାବାହାଳ ଛକ ପାଖରେ ଏକ ଦନ୍ତା ହାତୀ ରାସ୍ତା ଅତିକ୍ରମ କରୁଥିବା ବେଳେ ଟ୍ରକ୍‌ ଧକ୍କା ଦେଇଥିଲା। ଯାହାଫଳରେ ହାତୀଟି ରାଜପଥ ପାର୍ଶ୍ୱ ଚାଷ ଜମିରେ ପଡ଼ିଥିଲା। ଦୁର୍ଘଟଣା ପରେ ହାତୀଟି କିଛି ସମୟଧରି ଛଟପଟ୍‌ ହୋଇଥିଲା। ତା’ପରେ ମୃତ୍ୟୁ ହୋଇଥିଲା।

ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଟ୍ରକ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି। ଅନ୍ୟପକ୍ଷରେ ଟ୍ରକ୍‌ ଡ୍ରାଇଭର କହିଛନ୍ତି, ବନ ବିଭାଗ ଘଉଡ଼ାଇବାରୁ ହାତୀ ଟ୍ରକ୍‌ ଦେହରେ ପିଟି ଯାଇଥିଲା। ଯେଉଁଥିପାଇଁ ଦୁର୍ଘଟଣା ଘଟିଥିଲା ବୋଲି ଡ୍ରାଇଭର କହିଛି।

Advertisment

ରିପୋର୍ଟ- ତେଲକୋଇରୁ ଚିନ୍ମୟ କୁମାର ସାହୁ

Kendujhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe