Advertisment

କଚାଡ଼ି ଦେଲା ଦନ୍ତା, ଆଖି ବୁଜିଦେଲେ ଯୁବକ

ହଠାତ୍‌ ହାତୀଟି ଯୁବକଙ୍କୁ ଶୁଣ୍ଢରେ କଚାଡ଼ି ଦେଇଥିଲା। ଫଳରେ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଛି।

author-image
Niharika Rout
undefined

Elephant

ଦନ୍ତା ହାତୀ ଉତ୍ପାତ ଯୋଗୁ କଲବଲ ହେଉଥିଲେ ଗ୍ରାମବାସୀ । ବନ କର୍ମଚାରୀଙ୍କ ସହ ମିଶି ଦନ୍ତା ହାତୀକୁ ଘଉଡ଼ାଉଥିଲେ ଯୁବକ । ମାତ୍ର ହଠାତ୍‌ ହାତୀଟି ଯୁବକଙ୍କୁ ଶୁଣ୍ଢରେ କଚାଡ଼ି ଦେଇଥିଲା। ଫଳରେ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଛି।

Advertisment

ଏପରି ଏକ ଘଟଣା ସୁନ୍ଦରଗଡ ଜିଲ୍ଲା ବଣାଇ ରେଞ୍ଜ ଅନ୍ତର୍ଗତ କୁଲୁକୁତା ଗ୍ରାମରେ ଘଟିଛି। ମୃତ ଯୁବକଜଣକ ହେଲେ କୁଲୁକୁତା ଗ୍ରାମର ଗୋବିନ୍ଦ ମୁଣ୍ଡା । ଏକ ଗୋଠଛଡ଼ା ଦନ୍ତାହାତୀ କୁଲୁକୁତା ଗ୍ରାମରେ ଦୁଇ ଦିନ ଧରି ଉତ୍ପାତ ଚଳାଇଥିଲା। ହାତୀ ଭୟରେ ଲୋକେ ଘରୁ ବାହାରି ପାରୁ ନ ଥିଲେ।

ଖବର ପାଇ ବନ ବିଭାଗ କର୍ମଚାରୀ ପହଞ୍ଚିଥିବା ବେଳେ ଗ୍ରାମବାସୀଙ୍କ ସହ ମିଳିତ ଭାବେ ହାତୀଟିକୁ ଘଉଡ଼ାଉ ଥିଲେ। ଉକ୍ତ ସମୟରେ ହାତୀଟି ଗୋବିନ୍ଦ ମୁଣ୍ଡାଙ୍କୁ ଶୁଣ୍ଢରେ କଚାଡି ଦେଇଥିଲା । ପରେ ସେ ଗୁରୁତର ହୋଇ ପଡ଼ିଥିବାରୁ ତାଙ୍କୁ ବନବିଭାଗ ସଙ୍ଗେ ସଙ୍ଗେ ବଣାଇ ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତର ତାଙ୍କୁ ମୃତ ଘଷଣା କରିଥିଲେ ।

Advertisment
Elephant Attack