Advertisment

ମହୁଲ ଗୋଟାଇବାକୁ ଯାଇଥିଲେ, ମାରିଦେଲା ଦନ୍ତା

ଏହି ଘଟଣା ପରେ ସ୍ଥାନୀୟ ଲୋକେ ଡରି ଯାଇଛନ୍ତି।

Elephant

Elephant

Advertisment

ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କନ୍ଧରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଗୋବରୀ ଗାଁରେ ଦନ୍ତା ଆକ୍ରମଣରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁରୁ ମୁଣ୍ଡା। ତାଙ୍କ ଘର ମହାବିରୋଡ଼ ଥାନା ବାମ ପଞ୍ଚାୟତର ଗୋବରୀ ମୁଣ୍ଡାସାହିରେ।

Advertisment

ସୁରୁ ଆଜି ଭୋରରେ ମହୁଲ ଗୋଟାଇବା ପାଇଁ ଗାଁ ପାଖ ଚାଙ୍ଗୁରିଆପାଳ ଜଙ୍ଗଲକୁ ଯାଇଥିଲେ। ସେଠାରେ ମହୁଲ ଗୋଟାଉଥିବା ବେଳେ ଏକ ଦନ୍ତା ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ ସୁରୁ। ଦନ୍ତା ତାଙ୍କୁ କଚାଡ଼ି ମାରି ଦେଇଥିଲା ବୋଲି ଜଣାପଡ଼ିଛି। ଘଟଣା ସ୍ଥଳରେ ହିଁ ସୁରୁଙ୍କର ମୃତ୍ୟୁ ଘଟିଥିଲା।

ଘଟଣାସ୍ଥଳରେ ମହାବୀରୋଡ଼ ଥାନା ପୁଲିସ ଓ ବନ ବିଭାଗ ଅଧିକାରୀ ପହଞ୍ଚି ଯାଞ୍ଚ କରିଥିଲେ। ମୃତଦେହ ଉଦ୍ଧାର କରାଯିବା ସହିତ ଘଟଣାର ତଦନ୍ତ କରାଯାଉଛି। ତେବେ ଏହି ଘଟଣା ପରେ ସ୍ଥାନୀୟ ଲୋକେ ଡରି ଯାଇଛନ୍ତି। 

Advertisment

ରିପୋର୍ଟ- କାମାକ୍ଷାନଗରରୁ ବିଦ୍ୟାଧର ବରାଳ

Elephant Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe