Advertisment

ଚନ୍ଦକା ଗୋଡ଼ିବାରିରେ ଆଖି ବୁଜିଲା ଅସୁସ୍ଥ ହାତୀ

ହାତୀ ଛୁଆଟି ବଲାଙ୍ଗିର ଜିଲ୍ଲା ଦେଓଗାଁରୁ ଆସିଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
Elephant Death

Elephant Death

ଭୁବନେଶ୍ୱର ସ୍ଥିତ ଚନ୍ଦକା ଗୋଡ଼ିବାରିରେ ଅସୁସ୍ଥ ହାତୀ ଛୁଆର ମୃତ୍ୟୁ ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ ହାତୀ ଛୁଆର ମୃତ୍ୟୁ ଘଟିଥିବା ଜଣାଯାଇଛି। ମୃତ ହାତୀ ଛୁଆଟିର ବୟସ ପ୍ରାୟ ୩ବର୍ଷ ।

Advertisment

ହାତୀ ଛୁଆଟି ବଲାଙ୍ଗିର ଜିଲ୍ଲା ଦେଓଗାଁରୁ ଆସିଥିଲା। କିଛି ତଳେ ସେ ଅସୁସ୍ଥ ହୋଇପଡ଼ିଥିଲା। ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ଗୋଡ଼ିବାରି ହାତୀ ପ୍ରଶିକ୍ଷଣ କେନ୍ଦ୍ର ନିକଟରେ ତାର ଚିକିତ୍ସା କରାଯାଉଥିଲା। ସପ୍ତାହେ ହେବ ନନ୍ଦନକାନନ ଓ OUAT ଟିମ୍ ତାକୁ ସୁସ୍ଥ କରିବାରେ ଲାଗିଥିଲେ।

ଖାଇ ପିଇ ପାରୁ ନ ଥିବାରୁ ଲଗାତାର ସାଲାଇନ ଦିଆଯାଉଥିଲା। ହାତୀଟିର ପାଟି ଘା’ ହୋଇ ଯାଇଥିବାରୁ ତାକୁ ଆଣ୍ଟି ବାୟୋଟିକ୍ ଦେଉନଥିଲେ ଡାକ୍ତର। ହାତୀ ଛୁଆକୁ ସୁସ୍ଥ କରିବା ପାଇଁ ସବୁ ପ୍ରକାର ଉଦ୍ୟମ କରିଥିଲେ ଶେଷରେ ହାତୀ ଛୁଆଟିର ମୃତ୍ୟୁ ଘଟିଥିଲା। ଆଜି ହାତୀ ଛୁଆର ପୋଷ୍ଟ ମର୍ଟମ କରାଯିବ ବୋଲି ଚନ୍ଦକା ଡିଏଫଓ ଶରତ ଚନ୍ଦ୍ର ବେହେରା କହିଛନ୍ତି ।

Advertisment
Bhubaneswar Elephant Death