Advertisment

BSKYରୁ ‘ତ୍ରିଶା’ ହସ୍ପିଟାଲ୍‌ ବାଦ୍‌; ସେପଟେ SCBରେ ଚିକିତ୍ସାଧୀନ ଶିଶୁଙ୍କ ମୃତ୍ୟୁ

ଭଦ୍ରକ ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଥିଲେ ଚାନ୍ଦବାଲି ଅଞ୍ଚଳର ବିଜୟ ବେହେରାଙ୍କ ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଥିଲେ। ତେଣୁ ଗତ ୭ ତାରିଖରେ ସେ ଛୁଆକୁ ଧରି କଟକ ଶିଶୁ ଭବନକୁ ଆସିଥିଲେ। ହେଲେ ଆଇସିୟୁ ମିଳିନଥିଲା।

Medical

Medical

Advertisment

ଶନିବାର କଟକ ‘ତ୍ରିଶା’ ହସ୍ପିଟାଲ୍‌ରେ ଘଟିଥିଲା ଭୟଙ୍କର ଅଗ୍ନିକାଣ୍ଡ। ଏହି ମାମଲାରେ ଆଜି ଆକ୍‌ସନ୍‌ ମୋଡ୍‌କୁ ଆସିଛି ରାଜ୍ୟ ସରକାର। ହସ୍ପିଟାଲ୍‌କୁ BSKYରୁ ବାଦ୍‌ କରାଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ 'ତ୍ରିଶା' ହସ୍ପିଟାଲକୁ ନିଲମ୍ବିତ କରାଯାଇଛି। ଯାଞ୍ଚ ପ୍ରକ୍ରିୟା ଜାରି ରହିଥିବାରୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। ସେପଟେ ତ୍ରିଶା ହସ୍ପିଟାଲ୍‌ ଆଇସିୟୁରେ ଚିକିତ୍ସିତ ହୋଇ ଗୁରୁତର ଥିବା ଶିଶୁର ଆଜି ଶିଶୁ ଭବନରେ ମୃତ୍ୟୁ ଘଟିଛି।

Advertisment

ଭଦ୍ରକ ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଥିଲେ ଚାନ୍ଦବାଲି ଅଞ୍ଚଳର ବିଜୟ ବେହେରାଙ୍କ ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଥିଲେ। ତେଣୁ ଗତ ୭ ତାରିଖରେ ସେ ଛୁଆକୁ ଧରି କଟକ ଶିଶୁ ଭବନକୁ ଆସିଥିଲେ। ହେଲେ ଆଇସିୟୁ ମିଳିନଥିଲା। ଶିଶୁ ଭବନର ସିକ୍ୟୁରିଟି ଗାର୍ଡଙ୍କ ମାଧ୍ୟମରେ ପିଲାକୁ ନେଇ ତ୍ରିଶା ହସ୍ପିଟାଲ୍‌ର ଆଇସିୟୁରେ ଭର୍ତ୍ତି କରିଥିଲେ। ୮ ତାରିଖରେ ତ୍ରିଶା ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ହେଲେ ଶନିବାର ଅପରାହ୍ନରେ ଲାଗିଥିବା ନିଆଁ ଯୋଗୁ ଶିଶୁ ଗୁରୁତର ହୋଇପଡ଼ିଥିଲା। ବିଜୟଙ୍କ ଶିଶୁଙ୍କ ପରି ୧୭ ନବଜାତଙ୍କୁ ଉଦ୍ଧାର କରାଯାଇ ଶିଶୁ ଭବନରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିଜୟଙ୍କ ପିଲାଙ୍କ ମୃତ୍ୟୁ ଘଟିଛି।

ସେପଟେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଜି ଏସିସିବି ଓ ଶିଶୁଭବନରେ ପହଞ୍ଚି ଚିକିତ୍ସା ବ୍ୟବସ୍ଥା କଥା ବୁଝିଛନ୍ତି। ଉତ୍ତମ ସ୍ୱାସ୍ଥ୍ୟ ସେବା ସହ ରୋଗୀ ଓ ନବଜାତକଙ୍କ ମାଗଣା ଚିକିତ୍ସା ସେବା ଯୋଗାଇଦେବା ପାଇଁ ପରାମର୍ଶ ଦେଇଛନ୍ତି। ତେବେ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଏହି ଘଟଣାର ତଦନ୍ତ କରି ରିପୋର୍ଟ ଦେବା ପରେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ଏହାସହ ଏଭଳି ଘଟଣାର ଯେପରି ପୁନଃରାବୃତ୍ତି ନହେବ ସେ ନେଇ ଅଗ୍ନିଶମ ବିଭାଗ ଡିଜି ଓ ସ୍ୱାସ୍ଥ୍ୟ ବିଭାଗ ର ଅଧିକାରୀଙ୍କୁ ନେଇ କମିଟି ଗଠନ କରାଯାଇ ଏକ ପଦପକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

Advertisment
Cuttack Fire Breakout
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe