Advertisment

ବଗି ଛାଡ଼ି ୨କିଲୋମିଟର ପଳାଇଲା ମାଲବାହୀ ଟ୍ରେନ

ଆଜି ସକାଳେ ଧାମରାରୁ କଲକୋତା ଅଭିମୁଖେ ଯାଉଥିଲା ମାଲବାହୀ ଟ୍ରେନ।

Train Accident

Train Accident

Advertisment

ଗୁଡ୍ସ ଗାର୍ଡ ବଗି ଛାଡ଼ି ପଳାଇଲା ୨କିଲୋମିଟର ପଳାଇଗଲା ଟ୍ରେନ। ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଷ୍ଟେସନରେ। ଏଥିରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ।

Advertisment

ଆଜି ଦିନ ୧୦ଟା ସମୟରେ ଧାମରାରୁ କଲକୋତା ଅଭିମୁଖେ ଯାଉଥିଲା ମାଲବାହୀ ଟ୍ରେନ। ଟ୍ରେନଟି ସୋର ଷ୍ଟେସନର ୨ ନମ୍ବର ପ୍ଲାଟଫର୍ମରେ ଅତିକ୍ରମ କରିବା ବେଳେ ଗୁଡ୍ସ ଗାର୍ଡ ବଗି ଛାଡ଼ି ପଳାଇଯାଇଥିଲା। ପରେ ଟ୍ରେନ୍‌ଟି ପଛରୁ ଫେରି ଗୁଡ୍ସ ଗାର୍ଡ ବଗି ସହ ଯୋଡ଼ିଥିଲା।

୨୫ ମିନିଟ୍‌ ପରେ ବଗି ସହ ଇଞ୍ଜିନ ଯୋଡ଼ାଯିବା ପରେ ଗଡ଼ିଥିଲା ମାଲବାହୀ ଟ୍ରେନ୍‌। ଏହି ମାଲବାହୀ ଟ୍ରେନଟି ମେନଲାଇନରେ ଯାଉଥିବାରୁ ଏପରି ଦୁର୍ଘଟଣା ଘଟିବା ଯୋଗୁ ସବୁ ଟ୍ରେନ ବିଳମ୍ବରେ ଚାଲିଛି । ଏନେଇ ରେଳ ବିଭାଗର କୌଣସି ପ୍ରତିକ୍ରିୟା ମିଳିନାହିଁ।

Advertisment
Soro Tran Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe