Advertisment

କେନାଲରେ ଭାସୁଥିଲା ଜୁନିୟର ଇଞ୍ଜିନିୟରଙ୍କ ମୃତଦେହ

ମୟୂରଭଞ୍ଜ ଜିଲ୍ଲାର ଭବାନୀ ଶଙ୍କର ମହନ୍ତ ଇନ୍ଦ୍ରାବତୀ ମେଗା ଉଠା ଜଳସେଚନରେ ଜୁନିୟର ଇଞ୍ଜିନିୟର ଭାବେ କାର୍ଯ୍ୟରତ ଥିଲେ। ଗୁରୁବାର ସକାଳେ ସେ ଅଫିସ୍‌ ଯାଇଥିଲେ। ତା’ପରେ ଅଫିସ୍‌ କାମରେ ବାହରକୁ ଯାଇଥିଲେ।

Kalahindi

Kalahindi

Advertisment

ନିଖୋଜ ହେବାର ୨୪ ଘଣ୍ଟା ପରେ କେନାଲରେ ଭାସୁଥିଲା ଜୁନିୟର ଇଞ୍ଜିନିୟରଙ୍କ ମୃତଦେହ। ଆଜି ଏପରି ଚିତ୍ର କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନାରେ ଦେଖିବାକୁ ମିଳିଛି। ହେଲେ ତାଙ୍କର ମୃତ୍ୟୁ କେମିତି ହେଲା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ।

Advertisment

ମୟୂରଭଞ୍ଜ ଜିଲ୍ଲାର ଭବାନୀ ଶଙ୍କର ମହନ୍ତ ଇନ୍ଦ୍ରାବତୀ ମେଗା ଉଠା ଜଳସେଚନରେ ଜୁନିୟର ଇଞ୍ଜିନିୟର ଭାବେ କାର୍ଯ୍ୟରତ ଥିଲେ। ଗୁରୁବାର ସକାଳେ ସେ ଅଫିସ୍‌ ଯାଇଥିଲେ। ତା’ପରେ ଅଫିସ୍‌ କାମରେ ବାହରକୁ ଯାଇଥିଲେ। ତେବେ ଦିନ ୧୨ଟାରେ ଅଫିସ କର୍ମଚାରୀମାନେ ତାଙ୍କୁ ଫୋନ କରିଥିଲେ। ମାତ୍ର ତାଙ୍କ ଫୋନ୍‌ ବନ୍ଦ ରହିଥିଲା। ମନରେ ସନ୍ଦେହ ହେବାରୁ ଉଠା ଜଳସେଚନ ବିଭାଗ ତରଫରୁ ଜୟପାଟଣା ଥାନାରେ ଏନେଇ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ଏକ ନିଖୋଜ ମାମଲା ରୁଜୁ କରିଥିଲା।

ଆଜି ସକାଳେ କେନାଲ ହିଡରେ ଇଞ୍ଜିନିୟରଙ୍କ ବାଇକ୍‌ ମିଳିଥିଲା। ଏ ସମ୍ପର୍କରେ ଖବର ପାଇ ପୁଲିସ୍‌ କେନାଲରେ ଖୋଜାଖୋଜି କରିଥିଲା। ପରେ କେନାଲରୁ ତାଙ୍କ ମୃତଦେହ ମିଳିଥିଲା। ଏନେଇ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି। ପରିବାର ଲୋକ ମୃତଦେହ ଚିହ୍ନଟ କରିବା ପରେ ହସ୍ତାନ୍ତର କରାଯିବ। ତେବେ ଏହା ହତ୍ୟାକାଣ୍ଡ ନା ଆତ୍ମହତ୍ୟା, ତାହା ଜଣାପଡ଼ି ନାହିଁ। ସେପଟେ ଭବାନୀ ଶଙ୍କର ମହନ୍ତଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

Advertisment

ରିପୋର୍ଟ- ଧର୍ମଗଡ଼ରୁ ଇଙ୍ଗିତ ପଣ୍ଡା

Kalahandi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe