Advertisment

କାରକୁ ପିଟିଲା କାର: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ଓ ଝିଅ ଆହତ

ଭୁବନେଶ୍ୱର ଆସୁଥିବା ବେଳେ ଘଟିଲା ଦୁର୍ଘଟଣା।

author-image
Jitendra Garnayak
ଅଦ୍ୟତନ ହୋଇଛି
Car Accident

Car Accident

ଅନୁଗୋଳ ଜିଲ୍ଲା ଦେଇ ଯାଇଥିବା ୫୫ନମ୍ବର ଜାତୀୟ ରାଜପଥର ହଣ୍ଡପା ନିକଟରେ ଏକ କାର ଅନ୍ୟ ଏକ କାରକୁ ପଛପଟୁ ଧକ୍କା ଦେବା ଫଳରେ ୨ଜଣ ଆହତ ହୋଇଛନ୍ତି। ଆହତମାନେ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ହେମାନନ୍ଦ ବିଶ୍ୱାଳଙ୍କ ପତ୍ନୀ ଉର୍ମିଳା ବିଶ୍ୱାଳ ଓ ଝିଅ ଅମିତା ବିଶ୍ୱାଳ।

Advertisment

ଝିଅ ଅମିତା ଓ ନାତୁଣୀଙ୍କ ସହିତ ଏକ କାରରେ ଉର୍ମିଳା ବିଶ୍ୱାଳ ଝାରସୁଗୁଡ଼ାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।

ସେମାନଙ୍କ ଆଗରେ ଯାଉଥିବା ଏକ କାର ହଠାତ୍ ବ୍ରେକ୍‌ ଦେଇଥିଲା। ଫଳରେ ଉର୍ମିଳାଙ୍କ କାର ଡ୍ରାଇଭର ଗାଡ଼ିକୁ ନିୟନ୍ତ୍ରଣରେ ରଖି ନପାରି ସେହି କାର ପଛରେ ନେଇ ପିଟି ଦେଇଥିଲେ ବୋଲି ଜଣାପଡ଼ିଛି। ଫଳରେ ଉର୍ମିଳା ବିଶ୍ୱାଳ ଓ ଅମିତା ବିଶ୍ୱାଳ ଆହତ ହୋଇଛନ୍ତି।

Advertisment

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଆମ୍ବୁଲାନ୍ସ ସାହାଯ୍ୟରେ ଆହତ ଉର୍ମିଳା ଓ ଅମିତାଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା ପୁଲିସ।