ଦୀପାବଳି ମହୋତ୍ସବ ମଧ୍ୟରେ ଝାଡ଼ଖଣ୍ଡରୁ ଏକ ଭୟଙ୍କର ଦୃଶ୍ୟ ସାମ୍ନାକୁ ଆସିଛି। ରାଜ୍ୟର ବୋକାରୋସ୍ଥିତ ଗର୍ଗା ଡ୍ୟାମ ନିକଟରେ ଥିବା ଏକ ବାଣ ଦୋକାନରେ ନିଆଁ ଲାଗିଯାଇଥିଲା। ଏହି ଅଘଟଣରେ ଅତି କମରେ ୬୬ଟି ଦୋକାନ ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଏତେ ସଂଖ୍ୟାରେ ବାଣ ଦୋକାନ ବିସ୍ଫୋରଣ ହେବାର ଭୟଙ୍କର ଦୃଶ୍ୟ ଏବେ ସୋଶାଲ ମିଡିଆରେ ଖୁବ ଭାଇରାଲ ହେଉଛି। ଖବର ପାଇବା ପରେ ଅଗ୍ନିଶମ ବିଭାଗର ୪ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଏଥିରେ କୌଣସି ଜନଜୀବନ କ୍ଷୟକ୍ଷତିର ଖବର ଏପର୍ଯ୍ୟନ୍ତ ଆସିନାହିଁ।
#ବାଣ_ଦୋକାନରେ_ଅଗ୍ନିକାଣ୍ଡ
— ଓଟିଭି (@otvkhabar) October 31, 2024
ଝାଡ଼ଖଣ୍ଡ ବୋକାରେରେ ବଡ଼ ଅଘଟଣ । ବାକୋରର ବିଭିନ୍ନ ବାଣ ଦୋକାନରେ ଅଗ୍ନିକାଣ୍ଡ । ବାଣ ଦୋକାନରେ ଫୁଟି ବିସ୍ଫୋରଣ ହୋଇଛି । ନିଆଁକୁ ଆୟତ ପାଇଁ ଲାଗିଛି ଦମକଳ ବାହିନୀ । #Fire #CrackersShop #Jharkhand #OTV pic.twitter.com/CKYqly9gAR
ଏହି ଦୁର୍ଘଟଣା ସମ୍ପର୍କରେ ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ଦୋକାନରେ ନିଆଁ ଲାଗିବା ପରେ ସେଠାରେ ଥିବା ବାଣ ଗୁଡ଼ିକ ଭୟଙ୍କର ଭାବରେ ବିସ୍ଫୋରଣ ହେଲା ଏବଂ ଚାରିଆଡ଼େ ରକେଟ ବାଣ ଉଡ଼ିଲା। ଯେଉଁଥିପାଇଁ ଦୋକାନୀ ଏବଂ ଗ୍ରାହକଙ୍କ ମଧ୍ୟରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାପରେ ଦୁର୍ଘଟଣା ସମ୍ପର୍କରେ ପ୍ରଶାସନକୁ ସୂଚନା ଦିଆଯାଇଥିଲା।
ନିକଟରେ ଜନଗହଳିପୂର୍ଣ୍ଣ ସ୍ଥାନ ଥିବାରୁ ପ୍ରତିବର୍ଷ ଗର୍ଗା ବ୍ରିଜ ନିକଟ ଖାଲି ସ୍ଥାନରେ ଅସ୍ଥାୟୀ ବାଣ ଦୋକାନ ଖୋଲିବାକୁ ଜିଲ୍ଲା ପ୍ରଶାସନ ଅନୁମତି ଦେଇଥାଏ। ଏଠାରୁ ଆଖପାଖ ବିଭିନ୍ନ ଅଞ୍ଚଳର ଲୋକମାନେ ଆସି ବାଣ କିଣନ୍ତି। ଏଥର ଜିଲ୍ଲା ପ୍ରଶାସନ ଅନୁମତି ତ ଦେଇଛି, କିନ୍ତୁ କୌଣସି ସୁରକ୍ଷା ବ୍ୟବସ୍ଥା ନଥିବା ଅଭିଯୋଗ ହୋଇଛି। ଏନେଇ ସ୍ଥାନୀୟ ଅତିରିକ୍ତ ଜିଲ୍ଲାପାଳ ମୁମତାଜ ଅନସାରୀ କହିଛନ୍ତି, ଦୋକାନଗୁଡ଼ିକ ଅସ୍ଥାୟୀ। ଏକ ଖୋଲା ସ୍ଥାନରେ ଦୋକାନ ଖୋଲିବା ପାଇଁ ଅନୁମତି ଦିଆଯାଇଥିଲା। ଆହୁରି ମଧ୍ୟ ଜରୁରୀକାଳିନ ନିୟମ ଅନୁସରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହା ସତ୍ତ୍ୱେ ଏହି ଅଘଟଣ କିପରି ଘଟିଲା, ଏହାର ତଦନ୍ତ କରାଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।