Advertisment

ବାଣ ବଜାରରେ ଭୟଙ୍କର ବିସ୍ଫୋରଣ, ପାଉଁଶ ହୋଇଗଲା ୬୬ ଦୋକାନ

ବାଣ ବଜାରରେ ନିଆଁ ଲାଗି ଜଳିଗଲା ୬୬ ଦୋକାନ। ଭୟଙ୍କର ବିସ୍ଫୋରଣ ପରେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ୪ ଦମକଳ ବାହିନୀ।

explosion in firecracker market

explosion in firecracker market

Advertisment

ଦୀପାବଳି ମହୋତ୍ସବ ମଧ୍ୟରେ ଝାଡ଼ଖଣ୍ଡରୁ ଏକ ଭୟଙ୍କର ଦୃଶ୍ୟ ସାମ୍ନାକୁ ଆସିଛି। ରାଜ୍ୟର ବୋକାରୋସ୍ଥିତ ଗର୍ଗା ଡ୍ୟାମ ନିକଟରେ ଥିବା ଏକ ବାଣ ଦୋକାନରେ ନିଆଁ ଲାଗିଯାଇଥିଲା। ଏହି ଅଘଟଣରେ ଅତି କମରେ ୬୬ଟି ଦୋକାନ ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଏତେ ସଂଖ୍ୟାରେ ବାଣ ଦୋକାନ ବିସ୍ଫୋରଣ ହେବାର ଭୟଙ୍କର ଦୃଶ୍ୟ ଏବେ ସୋଶାଲ ମିଡିଆରେ ଖୁବ ଭାଇରାଲ ହେଉଛି। ଖବର ପାଇବା ପରେ ଅଗ୍ନିଶମ ବିଭାଗର ୪ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଏଥିରେ କୌଣସି ଜନଜୀବନ କ୍ଷୟକ୍ଷତିର ଖବର ଏପର୍ଯ୍ୟନ୍ତ ଆସିନାହିଁ।

Advertisment

ଏହି ଦୁର୍ଘଟଣା ସମ୍ପର୍କରେ ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ଦୋକାନରେ ନିଆଁ ଲାଗିବା ପରେ ସେଠାରେ ଥିବା ବାଣ ଗୁଡ଼ିକ ଭୟଙ୍କର ଭାବରେ ବିସ୍ଫୋରଣ ହେଲା ଏବଂ ଚାରିଆଡ଼େ ରକେଟ ବାଣ ଉଡ଼ିଲା। ଯେଉଁଥିପାଇଁ ଦୋକାନୀ ଏବଂ ଗ୍ରାହକଙ୍କ ମଧ୍ୟରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାପରେ ଦୁର୍ଘଟଣା ସମ୍ପର୍କରେ ପ୍ରଶାସନକୁ ସୂଚନା ଦିଆଯାଇଥିଲା।

Advertisment

ନିକଟରେ ଜନଗହଳିପୂର୍ଣ୍ଣ ସ୍ଥାନ ଥିବାରୁ ପ୍ରତିବର୍ଷ ଗର୍ଗା ବ୍ରିଜ ନିକଟ ଖାଲି ସ୍ଥାନରେ ଅସ୍ଥାୟୀ ବାଣ ଦୋକାନ ଖୋଲିବାକୁ ଜିଲ୍ଲା ପ୍ରଶାସନ ଅନୁମତି ଦେଇଥାଏ। ଏଠାରୁ ଆଖପାଖ ବିଭିନ୍ନ ଅଞ୍ଚଳର ଲୋକମାନେ ଆସି ବାଣ କିଣନ୍ତି। ଏଥର ଜିଲ୍ଲା ପ୍ରଶାସନ ଅନୁମତି ତ ଦେଇଛି, କିନ୍ତୁ କୌଣସି ସୁରକ୍ଷା ବ୍ୟବସ୍ଥା ନଥିବା ଅଭିଯୋଗ ହୋଇଛି। ଏନେଇ ସ୍ଥାନୀୟ ଅତିରିକ୍ତ ଜିଲ୍ଲାପାଳ ମୁମତାଜ ଅନସାରୀ କହିଛନ୍ତି, ଦୋକାନଗୁଡ଼ିକ ଅସ୍ଥାୟୀ। ଏକ ଖୋଲା ସ୍ଥାନରେ ଦୋକାନ ଖୋଲିବା ପାଇଁ ଅନୁମତି ଦିଆଯାଇଥିଲା। ଆହୁରି ମଧ୍ୟ ଜରୁରୀକାଳିନ ନିୟମ ଅନୁସରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହା ସତ୍ତ୍ୱେ ଏହି ଅଘଟଣ କିପରି ଘଟିଲା, ଏହାର ତଦନ୍ତ କରାଯିବ।

Firecracker Explosion Crackers Blast Firecracker Accdent
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe