Advertisment

ଧାନ ଫସଲ ଜଗିଥିଲେ ଚାଷୀ; ଦଳିଦେଲେ ହାତୀ

ଆଜି ସକାଳେ ସ୍ଥାନୀୟ ଲୋକେ ବିଲକୁ ଯାଇଥିବା ବେଳେ ଗଣେଶଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ।

Death person

Death person

Advertisment

ବିଲରେ ଧାନ ଫସଲ ଜଗିଥିବା ବେଳେ ଚାଷୀଙ୍କୁ ଦଳିଦେଲା ଦନ୍ତା। ସମ୍ବଲପୁର ଜିଲ୍ଲା ହାତୀବାରିରେ ଏହି ଘଟଣା ଘଟିଛି। ମୃତ ଚାଷୀ ଜଣଙ୍କ ହେଲେ ଟେଙ୍ଗପଡ଼ା ଗାଁର ଗଣେଶ ଭୋଇ।

Advertisment

ପ୍ରତିଦିନ ହାତୀ ପଲ ରାତିରେ ଧାନବିଲରେ ପଶି ଫସଲ ନଷ୍ଟ କରୁଛନ୍ତି। ଏଥିପାଇଁ ଗତକାଲି ରାତିରେ ଗଣେଶ ଫସଲକୁ ହାତୀ ଦେଉରୁ ରକ୍ଷା କରିବା ଜଗିବା ପାଇଁ ଯାଇଥିଲେ। ଏହି ସମୟରେ ସେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀଟି ତାଙ୍କୁ ଦଳି ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ଆଜି ସକାଳେ ସ୍ଥାନୀୟ ଲୋକେ ବିଲକୁ ଯାଇଥିବା ବେଳେ ଗଣେଶଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ। ଏନେଇ ପରିବାର ଲୋକ ଓ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ପହଞ୍ଚି ଘଟଣାର ତଦନ୍ତ କରୁଛି। ଅନ୍ୟପକ୍ଷରେ ଗଣେଶଙ୍କ ମୃତ୍ୟୁ ପରେ ଗାଁରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଛି। ବନ ବିଭାଗ କର୍ମଚାରୀ ଓ ପୁଲିସ ଘଟଣସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି।

Advertisment
Elephant Attack Sambalpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe