Advertisment

କେନାଲରେ ବୁଡ଼ି ଚାଷୀଙ୍କ ମୃତ୍ୟୁ

କେନାଲରେ ଗାଧୋଉଥିବା ବେଳେ ବୁଡ଼ି ଯାଇଥିଲେ।

author-image
Jitendra Garnayak
Dead Body

Dead Body

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ରେଙ୍ଗାଳି ଭଏରପୁର ଶାଖା କେନାଲରେ ବୁଡ଼ି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତ ଚାଷୀ ଜଣଙ୍କ ହେଉଛନ୍ତି କାମାକ୍ଷାନଗର ଥାନା କାଦୁଆ ପଞ୍ଚାୟତ ଅନ୍ତର୍ଗତ ମଞ୍ଜକଣ ଗାଁର ଛକଡ଼ି ବିଶୋଇ।

Advertisment

ଛକଡ଼ି ଆଜି ଗାଁ ପାଖ ହାଡ଼ଗୁଡି ସ୍ଥିତ ଚାଷ ଜମିକୁ ପାଣି ମଡ଼େଇବାକୁ ଯାଇଥିଲେ। ସେଠାରୁ କାମ ସାରି କେନାଲରେ ଗାଧୋଉଥିବା ବେଳେ ଅସାବଧାନତା କାରଣରୁ ସେ ବୁଡ଼ି ଯାଇଥିଲେ ବୋଲି ଜଣାପଡ଼ିଛି। 

କାମାକ୍ଷାନଗର ଅଗ୍ନିଶମ ବାହିନୀ ପହଞ୍ଚି ତାଙ୍କ ମୃତଦେହ କେନାଲରୁ ଉଦ୍ଧାର କରିଥିଲା। ଏହି ଘଟଣା ପରେ ମଞ୍ଜକଣ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Advertisment

ରାଜ୍ୟରେ ୨୦୧୮-୧୯ରୁ ୨୦୨୨-୨୩ ଆର୍ଥିକ ବର୍ଷ ମଧ୍ୟରେ ନଦୀ, ନାଳ, ପୋଖରୀ ଆଦିରେ ବୁଡ଼ି ୭୮୭୪ ଜଣଙ୍କ ମୃତ୍ୟୁ ଘଟିଛି। ଏହି ସମୟ ମଧ୍ୟରେ ଢେଙ୍କାନାଳ ଜିଲ୍ଲାରେ ୩୩୮ ଜଣ ବୁଡ଼ି ପ୍ରାଣ ହରାଇଛନ୍ତି।

Drown Case Drowning Death