Advertisment

ନିଜ ବିଲକୁ ଯାଇଥିଲେ ଚାଷୀ, ମାରିଲା କରେଣ୍ଟ

ପାଚିଲା ଧାନ ଦେଖିବାକୁ ନିଜ ବିଲକୁ ଯାଇଥିଲେ ଚାଷୀ। ମାତ୍ର ଘଟିଗଲା ଅଘଟଣ । ପଡ଼ୋଶୀଙ୍କ ତାର ବାଡ଼ରେ ହାତ ପଡ଼ିଯିବାରୁ ମାରିଲା କରେଣ୍ଟ ଓ ସେଠାରେ ହିଁ ସେ ଟଳି ପଡ଼ିଲେ।

author-image
Niharika Rout
Farmer Dead

Farmer Dead

ପାଚିଲା ଧାନ ଦେଖିବାକୁ ନିଜ ବିଲକୁ ଯାଇଥିଲେ ଚାଷୀ। ମାତ୍ର ଘଟିଗଲା ଅଘଟଣ । ପଡ଼ୋଶୀଙ୍କ ତାର ବାଡ଼ରେ ହାତ ପଡ଼ିଯିବାରୁ ମାରିଲା କରେଣ୍ଟ ଓ ସେଠାରେ ହିଁ ସେ ଟଳି ପଡ଼ିଲେ।

Advertisment

ଏମିତି ଏକ ଘଟଣା ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅଧୀନ କୋରୁଆ ଗ୍ରାମରେ ଘଟିଛି । ମୃତକ ହେଉଛନ୍ତି ବୁଦ୍ଧିରାମ ବେହେରା । ବୁଦ୍ଧିରାମ ବେହେରା ଗତକାଲି ଘରେ ଖାଇପିଇ ଅପରାହ୍ନ ପ୍ରାୟ ୩ଟା ବେଳେ ନିଜ ବିଲକୁ ଯାଇଥିଲେ। ଏହି ସମୟରେ ହଠାତ୍‌ କୌଣସି କାରଣରୁ ତାଙ୍କ ଗୋଡ଼ ଖସିଯିବାରୁ ପାଖ ବିଲରେ ଲାଗିଥିଲା ତାରରେ ହାତ ପଡ଼ି ଯାଇଥିଲା। ଫଳରେ ସେ ସେଠାରେ ଅଚେତ ହୋଇ ପଡ଼ିଥିଲେ।

ଗାଈ ଗୋରୁଙ୍କ ଦାଉରୁ ଫସଲକୁ ରକ୍ଷା କରିବା ପାଇଁ ତଥା ତାଙ୍କୁ ଝଟକା ଦେବା ନିମନ୍ତେ ଉକ୍ତ ତାର ଲଗାଯାଇଥାଏ। ମାତ୍ର ଉକ୍ତ ତାରରେ ବିଦ୍ୟୁତ୍‌ ସଂଯୋଗ ହୋଇଥିବା ବେଳେ ବୁଦ୍ଧିରାମ ତାହା ସଂସ୍ପର୍ଶରେ ଆସି ଯାଇଥିଲେ।

Advertisment

ବୁଦ୍ଧିରାମ ଘରକୁ ନ ଫେରିବାରୁ ଦୀର୍ଘ ସମୟ ଧରି ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ। ଏହାପରେ ବିଲରୁ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲେ।

ତୁରନ୍ତ ପରିବାର ଲୋକେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଧୁଷୁରୀ ଥାନାରେ ମୃତକଙ୍କ ପୁଅ ଏତଲା ଦେବା ପରେ ବିଲରେ ଝଟକା ମେସିନ ଲଗାଇଥିବା ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିଛି ପୁଲିସ୍ ।

Accident Bhadrak