Electric shock
ବନ୍ୟ ଜନ୍ତୁ ଶିକାର ଲାଗି ଚାଷ ଜମିରେ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ତାଳସାକର ଗ୍ରାମରେ ଆଜି ସକାଳେ ଏହି ଦୁଃଖଦ ଘଟଣା ଘଟିଛି। ମୃତକ ହେଲେ ତାଳସାକର ଗ୍ରାମର ଅରୁଣ ନାୟକ।
ଅରୁଣ ଗତ ରାତିରେ ଚାଷ ଜମିକୁ ପାଣି ମଡେଇବା ପାଇଁ ଯାଇଥିଲେ। ଏହି ସମୟରେ ବନ୍ୟା ଜନ୍ତୁ ଶିକାର ଲାଗି ଚାଷ ଜମିରେ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଅରୁଣ ଦୀର୍ଘ ସମୟ ଧରି ଘରକୁ ନ ଫେରିବା କାରଣରୁ ପରିବାର ଲୋକେ ତାଙ୍କୁ ବହୁ ଖୋଜା ଖୋଜି କରିଥିଲେ। ପରେ ଚାଷଜମି ନିକଟରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ।
ପରେ ତାଙ୍କୁ ପରିବାର ଲୋକେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଅରୁଣଙ୍କୁ ମୃତ ଘୋଷଣା କରିଥିଲେ। ବୁଗୁଡ଼ା ପୁଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1714189143.jpg)