ବିଷ ଧର ସାପ କାମୁଡାରେ ଚାଲିଗଲା ବାପା, ଝିଅଙ୍କ ଜୀବନ। ଏପରି ଦୁଃଖଦ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ଚାରିଛକରେ। ମୃତକ ହେଲେ ସୁଶାନ୍ତ କହଁର (୪୮) ଓ ତାଙ୍କ ଝିଅ ପ୍ରୀତି କହଁର(୧୬)।
ଗତକାଲି ରାତିରେ ବାପ ଝିଅ ଘରେ ଶୋଇଥିଲେ। ଏହି ସମୟରେ ଏକ ବିଷଧର ସାପ ଉଭୟଙ୍କୁ କାମୁଡ଼ି ଦେଇଥିଲା। ଉଭୟଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା। ପରିବାର ଲୋକେ ବାପଝିଅଙ୍କୁ ଉଦ୍ଧାର କରି ଫୁଲବାଣୀ ଡାକ୍ତରଖାନା ଭର୍ତ୍ତି କରିଥିଲେ। ଡାକ୍ତର ଝିଅକୁ ମୃତ ଘୋଷଣା କରିଥିଲା ବେଳେ ସୁଶାନ୍ତଙ୍କ ଅବସ୍ଥା ଗୁରୁତର ଥିଲା। କିଛି ସମୟ ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
Also Read
ସୁଶାନ୍ତ ପେଶାରେ ଶିକ୍ଷକ ଥିଲେ। ତାଙ୍କ ଝିଅ ପ୍ରୀତି କହଁର ଯୁକ୍ତ ଦୁଇର ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ। ପ୍ରୀତି ଗଣିଆର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ପାଠ ପଢ଼ୁଥିଲେ। ଦଶହରା ଛୁଟିରେ ଘରକୁ ଆସିଥିଲେ। ବାପଝିଅଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଟ୍ରାକ୍ରୁ ମିଳିଲା ପତିପତ୍ନୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ
ସ୍ଥାନୀୟ ଲୋକେ ଟ୍ରାକ୍ରେ ଜଣେ ପୁରୁଷ ଓ ଜଣେ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପଡ଼ିଥିବା ପ୍ରଥମେ ଦେଖିବାକୁ ପାଇଥିଲେ। ଏନେଇ ସେମାନେ ତୁରନ୍ତ ପୁଲିସ୍କୁ ସୂଚନା ଦେଇଥିଲେ।
Accident
ଓଲଟି ପଡ଼ିଲା ଟମାଟୋ ବୋଝେଇ ଟ୍ରକ୍; ଯିଏ ପାରିଲା ବୋହିନେଲା
ଟମାଟୋ ବୋଝେଇ ଟ୍ରକ୍ଟି ଛତିଶଗଡ଼ରୁ କଲିକୋତା ଅଭିମୁଖେ ଯିବାବେଳେ ଏହି ଦୁର୍ଘଟଣା ଘଟିଛି।
Accident
ରାତିରେ ଖାଇ ଶୋଇଲେ ଦାଦା,ପୁତୁରା; ସକାଳେ ଚାଲିଗଲା ଜୀବନ
ଉଭୟଙ୍କର କିପରି ମୃତ୍ୟୁ ଘଟିଲା ତାର କାରଣ ଜଣାପଡ଼ିନାହିଁ।