Advertisment

ଶୋଇଥିଲେ ବାପ,ଝିଅ; କାମୁଡ଼ି ଦେଲା ବିଷଧର ସାପ

ବାପଝିଅଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

ଅଦ୍ୟତନ ହୋଇଛି
Snake

Snake

Advertisment

ବିଷ ଧର ସାପ କାମୁଡାରେ ଚାଲିଗଲା ବାପା, ଝିଅଙ୍କ ଜୀବନ। ଏପରି ଦୁଃଖଦ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ଚାରିଛକରେ। ମୃତକ ହେଲେ ସୁଶାନ୍ତ କହଁର (୪୮) ଓ ତାଙ୍କ ଝିଅ ପ୍ରୀତି କହଁର(୧୬)।

Advertisment

ଗତକାଲି ରାତିରେ ବାପ ଝିଅ ଘରେ ଶୋଇଥିଲେ। ଏହି ସମୟରେ ଏକ ବିଷଧର ସାପ ଉଭୟଙ୍କୁ କାମୁଡ଼ି ଦେଇଥିଲା। ଉଭୟଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା। ପରିବାର ଲୋକେ ବାପଝିଅଙ୍କୁ ଉଦ୍ଧାର କରି ଫୁଲବାଣୀ ଡାକ୍ତରଖାନା ଭର୍ତ୍ତି କରିଥିଲେ। ଡାକ୍ତର ଝିଅକୁ ମୃତ ଘୋଷଣା କରିଥିଲା ବେଳେ ସୁଶାନ୍ତଙ୍କ ଅବସ୍ଥା ଗୁରୁତର ଥିଲା। କିଛି ସମୟ ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ସୁଶାନ୍ତ ପେଶାରେ ଶିକ୍ଷକ ଥିଲେ। ତାଙ୍କ ଝିଅ ପ୍ରୀତି କହଁର ଯୁକ୍ତ ଦୁଇର ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ। ପ୍ରୀତି ଗଣିଆର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ପାଠ ପଢ଼ୁଥିଲେ। ଦଶହରା ଛୁଟିରେ ଘରକୁ ଆସିଥିଲେ। ବାପଝିଅଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

Advertisment
Snake Bite Boudh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe