Advertisment

ଉଜୁଡ଼ି ଗଲା ସଂସାର, ବଜ୍ରପାତରେ ଚାଲିଗଲା ବାପପୁଅଙ୍କ ଜୀବନ

ବାପାପୁଅଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

ଅଦ୍ୟତନ ହୋଇଛି
Lighting

Lighting

Advertisment

ଉଜୁଡ଼ି ଗଲା ସଂସାର। ବଜ୍ରପାତରେ ଏକାସଙ୍ଗେ ଚାଲିଗଲା ବାପ, ପୁଅଙ୍କ ଜୀବନ। କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ନିଉଭରଣରେ ଏହି  ଦୁଃଖଦ ଘଟଣା ଘଟିଛି। ମୃତକ ହେଲେ ସହଜି ଭୋଇ ଓ ତାଙ୍କ ପୁଅ ଉମାନି ଭୋଇ। ସେମାନଙ୍କ ଘର ଜଗତସିଂହପୁର ଜିଲ୍ଲା ନାଉଗାଁ ଅଞ୍ଚଳର। 

Advertisment

ମିଳିଥିବା ସୂଚନା ଅନୁଯାୟୀ, ଉମାନି ମୂଲ ଲାଗିବା ପାଇଁ ନିଆଳି ଯାଇଥିଲେ। ଗତକାଲି ରାତିପ୍ରାୟ ୯ଟା ସମୟରେ ଘରକୁ ଫେରୁଥିଲେ। ପୁଅକୁ ଅଧାବାଟରେ ପହଞ୍ଚି ନେଇଯିବାକୁ କହିଥିଲେ। ପୁଅ ଉମାନି ବାପାଙ୍କୁ ଆଣିବାକୁ ବାଇକ୍‌ ନେଇ ଯାଇଥିଲେ। ବାପପୁଅ ବାଇକ୍‌ରେ ଘରକୁ ଫେରିଲାବେଳେ ବାଟରେ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା। ବଜ୍ରପାତରେ ବାପାପୁଅ ଅଚେତ ହୋଇ ପଡ଼ିଯାଇଥିଲେ।

ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ନାଉଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ବାପାପୁଅଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

Advertisment
Deadbody Jagatsinghpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe