Advertisment

ବିଦ୍ୟୁତ୍‌ ଆଘାତରେ ବାପାପୁଅ ମୃତ, ମା’ ଗୁରୁତର

ଗୁରୁତର ତୁଳସୀ ମଣ୍ଡଳଙ୍କୁ ଦାନଗଦି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଅଦ୍ୟତନ ହୋଇଛି
Dead Body

Dead Body

Advertisment

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ବାପାପୁଅଙ୍କ ଜୀବନ। ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ମା’। ଘଟଣାଟି ଘଟିଛି ଯାଜପୁର ଜିଲ୍ଲା ଯାଜପୁର ରୋଡ୍‌ ଥାନା ବେଙ୍ଗପାଟିଆ ଗାଁରେ।

Advertisment

ମୃତକମାନେ ହେଉଛନ୍ତି ଗଣେଶ ମଣ୍ଡଳ ଓ ତାଙ୍କ ପୁଅ ଆଶୁ ମଣ୍ଡଳ। ଗୁରୁତର ତୁଳସୀ ମଣ୍ଡଳଙ୍କୁ ଦାନଗଦି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବାପପୁଅ ଘରେ କୌଣସି ବିଦ୍ୟୁତ୍‌ ମରାମତି କାମ କରୁଥିବା ବେଳେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି। ପ୍ରଥମେ ଆଶୁ ମଣ୍ଡଳଙ୍କୁ ବିଦ୍ୟୁତ୍‌ ଆଘାତ ଲାଗିଥିଲା। ତାଙ୍କୁ ବାପା ଗଣେଶ ମଣ୍ଡଳ ଓ ମା’ ତୁଳସୀ ମଣ୍ଡଳ ବଞ୍ଚାଇବାକୁ ଉଦ୍ୟମ କରିଥିଲେ।

Advertisment

ପୁଅକୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍ ଆଘାତରେ ଗଣେଶ ମଣ୍ଡଳଙ୍କର ମୃତ୍ୟୁ ଘଟିଥିବା ବେଳେ ମା’ ତୁଳସୀ ମଣ୍ଡଳ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଅନ୍ୟପକ୍ଷରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। 

Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe