Road Accident
ବସ୍କୁ ଅପେକ୍ଷା କରିଥିବା ବେଳେ ବାପାପୁଅଙ୍କ ଚଢ଼ିଗଲା ବୋଲେରୋ। ଘଟଣାସ୍ଥଳରେ ବାପାର ମୃତ୍ୟୁ ଘଟିଥିବା ବେଳେ ପୁଅ ଗୁରୁତର ଆହତ ହୋଇଛନ୍ତି। ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ବନ୍ଧଗଡ଼ ଗ୍ରାମପଞ୍ଚାୟତର ତେଲିମୁଣ୍ଡା ଛକ ନିକଟରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଯୁଗଳ ଦିଗାଲ। ତାଙ୍କ ପୁଅ କୁଶ ଦିଗାଲଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ଘର ବାଲିଗୁଡ଼ାର ସିଙ୍ଗିମିଲା ଗାଁରେ।
ସୂଚନା ଅନୁସାରେ, ଯୁଗଳ ଓ ତାଙ୍କର ପୁଅ ସମ୍ପର୍କୀୟ ଘରକୁ ଯାଇଥିଲେ। ଆଜି ନିଜ ଘରକୁ ଫେରିବା ପାଇଁ ତେଲିମୁଣ୍ଡା ଛକ ନିକଟରେ ବସ୍କୁ ଅପେକ୍ଷା କରିଥିଲେ। ଏହି ସମୟରେ ଏକ ବୋଲେରୋ ଦ୍ରୁତ ଗତିରେ ଆସି ଯୁଗଳ ଓ ତାଙ୍କ ପୁଅଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ଯୁଗଳଙ୍କର ମୃତ୍ୟୁ ଘଟିଥିବା ବେଳେ ପୁଅ କୁଶ ଗୁରୁତର ଭାବେ ଆହତ ହୋଇଥିଲେ।
ପୁଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ କୁଶଙ୍କୁ ଉଦ୍ଧାର କରି ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଯୁଗଳଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଥିଲା। ଦୁର୍ଘଟଣା ପରେ ବୋଲେରୋ ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲା। ପୁଲିସ ବୋଲେରୋକୁ ଜବତ କରି ଘଟଣାର ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1698992643.jpg)