Advertisment

ବିଲରେ ପରିବା ତୋଳୁଥିଲେ ବାପପୁଅ, ଛିଣ୍ଡି ପଡ଼ିଲା ବିଦ୍ୟୁତ୍‌ ତାର

ସକାଳୁ ସକାଳୁ ବିଲରୁ ପରିବା ତୋଳୁଥିଲେ ବାପପୁଅ। ତାହାକୁ ବିକି କିଛି ଟଙ୍କା ରୋଜଗାର କରିବେ ବୋଲି ଆଶା ରଖିଥିଲେ। ମାତ୍ର ପରିବା ତୋଳୁ ତୋଳୁ ଛିଣ୍ଡିଗଲା ବିଦ୍ୟୁତ୍‌ ତାର ଓ ପରିବାର ଉପରେ ମାଡ଼ି ଆସିଲା କଳା ବାଦଲ।

ଅଦ୍ୟତନ ହୋଇଛି
Gathering Before Medical

Gathering Before Medical

Advertisment

ସକାଳୁ ସକାଳୁ ବିଲରେ ପରିବା ତୋଳୁଥିଲେ ବାପପୁଅ। ତାହାକୁ ବିକି କିଛି ଟଙ୍କା ରୋଜଗାର କରିବେ ବୋଲି ଆଶା ରଖିଥିଲେ। ମାତ୍ର ପରିବା ତୋଳୁ ତୋଳୁ ଛିଣ୍ଡିଗଲା ବିଦ୍ୟୁତ୍‌ ତାର ଓ ପରିବାର ଉପରେ ମାଡ଼ି ଆସିଲା କଳା ବାଦଲ। ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ବାପା ଆଖି ବୁଜିଥିବା ବେଳେ ଗୁରୁତର ହୋଇ ପଡ଼ିଛନ୍ତି ପୁଅ।

Advertisment

ଏପରି ଏକ ଅଘଟଣ ଆଜି ସକାଳୁ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଆଡାପଡା ଗ୍ରାମରେ ଘଟିଛି। ମୃତକ ହେଲେ ଆଡାପଡା ଗ୍ରାମର କୋରା ବେହେରା ଓ ଗୁରୁତରଜଣକ ହେଲେ ତାଙ୍କ ପୁଅ ତୋଫାନ ବେହେରା।

ଉଭୟ କୋରା ଓ ତୋଫାନ ଆଜି ସକାଳେ ନିଜ ବିଲରେ ପରିବା ତୋଳୁଥିଲେ। ଉକ୍ତ ସମୟରେ ହଠାତ୍‌ ବିଲରେ ବିଦ୍ୟୁତ୍‌ ତାର ଛିଣ୍ଡି ପଡ଼ିଥିବା ବେଳେ କୋରା ତାହା ସଂସ୍ପର୍ଶରେ ଆସିଥିଲେ। ଫଳରେ ଘଟଣାସ୍ଥଳରେ ସେ ଗୁରୁତର ହୋଇ ପଡ଼ିଥିବା ବେଳେ ତାଙ୍କୁ ବଞ୍ଚାଇବାକୁ ଯାଇ ତୋଫାନ ବି ଗୁରୁତର ହୋଇଥିଲେ।

Advertisment

ଉଭୟ ବାପପୁଅଙ୍କୁ ସ୍ଥାନୀୟ ଲୋକେ ପ୍ରଥମେ ଆଡ଼ପଡ଼ା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ନିଆଯାଇଥିବା ବେଳେ ସେଠାରେ ଡାକ୍ତର କୋରାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ଗୁରୁତର ତୋଫାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଛି। ଏଥିସହ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ତୁରନ୍ତ ବିଦ୍ୟୁତ୍‌ କାଟ୍‌ କରାଯାଇ ଘଟଣାର ତଦନ୍ତ କରାଯାଉଛି।

Electric Current
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe