Advertisment

କାର୍‌ ଧକ୍କାରେ ବାପା ମୃତ, ପୁଅ ସହ ନାବାଳକ ଗୁରୁତର

କାର୍‌ ଧକ୍କାରେ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଗୁରୁତର ହୋଇଛନ୍ତି। ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Bike

Bike

Advertisment

ଜଗତସିଂହପୁର ବାଲିକୁଦା ଥାନା ଗୋପାଳପୁର ଛକରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଗୋଟିଏ ବାଇକକୁ କାର ଧକ୍କା ଦେବାରୁ ଉଜୁଡ଼ି ଯାଇଛି ପରିବାର।

Advertisment

କାର୍‌ ଧକ୍କାରେ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଗୁରୁତର ହୋଇଛନ୍ତି। ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେହପରି ଏହି ଦୁର୍ଘଟଣାରେ ଆଉ ଜଣେ ଗୁରୁତର ନାବାଳକଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଦୁର୍ଘଟଣା ସ୍ଥଳରେ ବାଲିକୁଦା ଥାନା କାଲିଓ ଗାଁର ଦିଲ୍ଲୀପ ମଲ୍ଲିକଙ୍କର ମୃତ୍ୟୁ ହୋଇଛି। ସେ ଆଜି ନିଜ ବାଇକରେ ପୁଅ ସୁବ୍ରତ ଓ ଜଣେ ସମ୍ପର୍କୀୟ ନାବାଳକଙ୍କୁ ଧରି ଗୋପାଳପୁର ଛକ ଆଡ଼କୁ ଆସୁଥିଲେ। ଏହି ସମୟରେ ସେମାନଙ୍କ ବାଇକକୁ ଗୋଟିଏ କାର୍‌ ଧକ୍କା ଦେଇଥିଲା।

Advertisment

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ଦିଲ୍ଲୀପଙ୍କ ମୃତ୍ୟୁ ହୋଇଥିଲା। କାରଟି ବାଇକକୁ ଧକ୍କା ଦେବାରୁ ଦିଲ୍ଲୀ ରାସ୍ତା ଉପରେ ପଡ଼ି ଯାଇଥିଲେ। ତାଙ୍କ ମୁଣ୍ତର ପଛ ପଟ ରାସ୍ତାରେ ପିଟି ହୋଇଯିବାରୁ ଘଟଣା ସ୍ଥଳରେ ସେ ଆଖି ବୁଜିଥିଲେ। ତାଙ୍କ ପୁଅ ସୁବ୍ରତ ମଲ୍ଲିକ ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣେ ସମ୍ପର୍କୀୟ ନାବାଳକ ସାଇ ସତ୍ୟମ ମଧ୍ୟ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ସମସ୍ତଙ୍କୁ ୧୦୮ ଆମ୍ବୁଲାନ୍ସ ସହାୟତାରେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ସୁବ୍ରତ ମଲ୍ଲିକଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ସାଇ ସତ୍ୟମ ଏବେ ଜଗତସିଂହପୁର ମେଡିକାଲରେ ଚିକିତ୍ସାଧୀନ ରହିଛନ୍ତି

Odisha Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe