Advertisment

ବାପା ଜଳୁଥିବା ଦେଖି ଦୌଡ଼ିଗଲା ଝିଅ, ତା’ ପରେ...

ଆଖି ଆଗରେ ଜଳୁଥିଲେ ବାପା। ଆଉ ବାପାକୁ ରକ୍ଷା କରିବା ଯାଇ ଝିଅ ବି ପୋଡ଼ି ହେଲା।

author-image
Niharika Rout
Fire

Fire

ଆଖି ଆଗରେ ଜଳୁଥିଲେ ବାପା। ଆଉ ବାପାକୁ ରକ୍ଷା କରିବା ଯାଇ ଝିଅ ବି ପୋଡ଼ି ହେଲା। ଏପରି ଏକ ସ୍ପର୍ଶକାତର ଘଟଣା ଆଜି ସକାଳେ ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ କଦମ୍ବଗଡି ଗ୍ରାମରେ ଘଟିଛି। ଆତ୍ମାହୁତି ଉଦ୍ୟମ କରି ଗୁରୁତର ହୋଇଥିବା ଯୁବକଜଣକ ହେଲେ ପଂଚାୟତ କଦମ୍ବଗଡି ଗ୍ରାମର ଯୁବକ ଋଷି ଜେନା ।

Advertisment

କଦମ୍ବଗଡି ଗ୍ରାମରେ ଏବେ ରାସ୍ତା ସମ୍ପ୍ରସାରଣ କାମ ଚାଲିଛି। ଏଥିରେ ଅନ୍ୟମାନଙ୍କ ଜାଗା ସହ ଋଷି ଜେନାଙ୍କର କିଛି ଜାଗା ବି ଯାଇଛି। ଏହାକୁ ସେ ବିରୋଧ କରୁଥିବା ବେଳେ କେହି ଶୁଣୁ ନ ଥିଲେ।

ଏଥିରେ ଅତିଷ୍ଠ ହୋଇ ଋଷି ଆଜି ସକାଳେ ଗାଁ ରାସ୍ତାରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ବାପାଙ୍କୁ ଜଳୁଥିବା ଦେଖି ତାଙ୍କ ନାବାଳିକା ଝିଅ ପାଖକୁ ଦୌଡ଼ି ଯାଇ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ଏଥିରେ ସେ ବି ସାମାନ୍ୟ ପୋଡ଼ି ଯାଇଛନ୍ତି।

Advertisment

ଏହାଦେଖି ଗାଁର ଅନ୍ୟମାନେ ତୁରନ୍ତ ଋଷିଙ୍କ ଶରୀରରୁ ନିଆଁ ଲିଭାଇ ନୀଳଗିରି ମେଡିକାଲରେ ଭର୍ତ୍ତି କରିଛନ୍ତି। ସେଠାରେ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି।

Balasore