Advertisment

କଟକରେ ନର୍ସିଂହୋମ୍‌ରେ ଲାଗିଲା ନିଆଁ

ଆଇସିୟୁରେ ୮ରୁ ଅଧିକ ରୋଗୀ ଭର୍ତ୍ତି ହୋଇଥିଲେ। ଏହାଛଡ଼ା ସାଧାରଣ ବେଡ୍‌ରେ ମଧ୍ୟ ବହୁ ରୋଗୀଥିଲେ। ତେବେ ଅପରାହ୍ନରେ ହଠାତ୍‌ ଆଇସିୟୁରେ ବିଦ୍ୟୁତ୍‌ ଶର୍ଟସର୍କିଟ୍‌ ଯୋଗୁ ନିଆଁ ଲାଗି ଯାଇଥିଲା।

author-image
Manoranjan Sial
ଅଦ୍ୟତନ ହୋଇଛି
Cuttack

Cuttack

କଟକରେ ଏକ ଘରୋଇ ନର୍ସିଂହୋମ୍‌ରେ ନିଆଁ ଲାଗିଛି। ନର୍ସିଂହୋମ୍‌ର ତୃତୀୟ ମହଲାରେ ନିଆଁ ଲାଗିଛି। ବିଦ୍ୟୁତ୍‌ ଶର୍ଟସର୍କିଟ୍‌ ଯୋଗୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଅଗ୍ନିଶମ କର୍ମଚାରୀମାନଙ୍କ ମଧ୍ୟରେ ଉଦ୍ଧାର କାର୍ଯ୍ୟ ଚାଲିଛି।

Advertisment

ପୁରୀଘାଟ ଥାନା ଅଞ୍ଚଳରେ ରହିଛି ତ୍ରିସା ନର୍ସିଂହୋମ୍‌। ଏହି ନର୍ସିଂହୋମ୍‌ର ତୃତୀୟ ମହଲାରେ ରହିଛି ଆଇସିୟୁ। ୧୦ରୁ ଅଧିକ ଗୁରୁତର ରୋଗୀ  ଆଇସିୟୁରେ ଚିକିତ୍ସିତ ହେଉଥିଲେ। ଏହାଛଡ଼ା ସାଧାରଣ ବେଡ୍‌ରେ ମଧ୍ୟ ବହୁ ରୋଗୀ ଚିକିତ୍ସିତ ହେଉଥିଲେ। ତେବେ ଆଜି ଅପରାହ୍ନରେ ହଠାତ୍‌ ଆଇସିୟୁରେ ବିଦ୍ୟୁତ୍‌ ଶର୍ଟସର୍କିଟ୍‌ ଯୋଗୁ ନିଆଁ ଲାଗି ଯାଇଥିଲା। ଚାହୁଁ ଚାହୁଁ ତୃତୀୟ ମହଲାରେ ନିଆଁ ବ୍ୟାପି ଯାଇଥିଲା। ଧୂଆଁମୟ ହୋଇଯାଇଥିଲା ପୂରା ଫ୍ଲୋର। ଆଇସିୟୁରେ ଭର୍ତ୍ତି ହୋଇଥିବା ରୋଗୀମାନେ ଅଣ ନିଃଶ୍ୱାସୀ ହୋଇପଡ଼ିଥିଲେ। 

ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚିଥିଲେ ଅଗ୍ନିଶମ କର୍ମଚାରୀ। ଫାୟାର ଲିଫ୍ଟ ମାଧ୍ୟମରେ ଆଇସିୟୁରେ ଭର୍ତ୍ତି ହୋଇଥିବା ଗୁରୁତର ରୋଗୀଙ୍କୁ ଉଦ୍ଧାର କରାଯାଉଛି। ପ୍ରବଳ ଧୂଆଁ ଯୋଗୁ ଉଦ୍ଧାର କାର୍ଯ୍ୟରେ ବ୍ୟାଘାତ ଘଟୁଛି। ତଥାପି ଅଗ୍ନିଶକ କର୍ମଚାରୀମାନେ ରୋଗୀଙ୍କୁ ଉଦ୍ଧାର କରୁଥିବା ଦେଖିବାକୁ ମିଳିଛି।ଉଦ୍ଧାର ହୋଇଥିବା ରୋଗୀଙ୍କୁ ଅନ୍ୟ ଘରୋଇ ମେଡ଼ିକାଲ୍‌ ଓ ଏସ୍‌ସିବିରେ ଭର୍ତ୍ତି କରାଯାଇଛି।ତେବେ ପର୍ଯ୍ୟପ୍ତ ପରିମାଣର ଆମ୍ୱୁଲାନ୍ସ ନଥିବାରୁ ରୋଗୀଙ୍କୁ ରାସ୍ତାରେ ଶୋଆଯାଇଥିବା ଦେଖିବାକୁ ମିଳିଛି। ସେପଟେ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚାଲିଛି।

Advertisment

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରୁ ଆସିଥିବା ଜଣେ ରୋଗୀଙ୍କ ସମ୍ପର୍କୀୟ କହିଛନ୍ତି, ୯ ଦିନର ମୋ ନାତିକୁ ଧରି ବୋହୂ ସହିତ ଏହି ନର୍ସିଂହୋମ୍‌କୁ ଚିକିତ୍ସା ପାଇଁ ଆସିଥିଲୁ। ଅପରାହ୍ନରେ ଡାକ୍ତର ନାତିକୁ ଦେଖୁଥିଲେ। ସେହି ସମୟରେ ହଠାତ୍‌ ନିଆଁ ଲାଗି ଯାଇଥିଲା। ଆମକୁ ତଳକୁ ନେଇ ଆସିଥିଲେ। ହେଲେ ମୋ ନାତିକୁ ମେଡ଼ିକାଲ୍‌ ନେବା ପାଇଁ ଆମ୍ୱୁଲାନ୍ସ ଆସିନି। ମୋ ନାତିକୁ ଶୀଘ୍ର ମେଡ଼ିକାଲ୍‌ ନେବାର ବ୍ୟବସ୍ଥା କରାଯାଉ ବୋଲି କହିଛନ୍ତି।

ଅଗ୍ନିଶମ ଡିଜି କହିଛନ୍ତି ସୁଧାଂଶ ଷଡଙ୍ଗୀ କହିଛନ୍ତି, ନିଆଁ ଆୟତ୍ତ ହୋଇଛି। ଧୂଆଁ ବାହାର କରିବା ପାଇଁ ଉଦ୍ୟମ ଚାଲିଛି। ନର୍ସିଂହୋମ୍‌ର ଆଇସିୟୁର ଗୋଟିଏ ପାର୍ଶ୍ୱରେ ଚିକିତ୍ସିତ ହେଉଥିବା ୧୨ ନବଜାତ ଛୁଆଙ୍କୁ ଉଦ୍ଧାର କରାଯାଉଛି। ସେମାନଙ୍କୁ ଅନ୍ୟ ମେଡ଼ିକାଲ୍‌ ନେବା ପାଇଁ ବ୍ୟବସ୍ଥା କରାଯାଉଛି। ଏନେଇ ସ୍ୱାସ୍ଥ୍ୟ ସଚିବଙ୍କ ଆଲୋଚନା କରାଯାଉଛି ବୋଲି ଡିଜି କହିଛନ୍ତି।

Cuttack Fire Breakout