Advertisment

ମୋ ବସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ମଧୁପାଟଣା ଛକରେ ପହଞ୍ଚିଲା ବେଳେ ନିଆଁ ଲାଗି ଯାଇଥିଲା। ଏହି ବସ୍‌ଟି ଡିଜେଲ୍‌ ଚାଳିତ ବସ୍‌।

ଅଦ୍ୟତନ ହୋଇଛି
Bus

Bus

Advertisment

କଟକ ମଧୁପାଟଣା ଛକରେ ହୁତୁ ହୁତୁ ହୋଇ ଜଳିଗଲା ମୋ ବସ୍‌। ବସ୍‌ଟି ଭୁବନେଶ୍ୱରରୁ କଟକ ଫେରୁଥିଲା। ମଧୁପାଟଣା ଛକରେ ପହଞ୍ଚିଲା ବେଳେ ନିଆଁ ଲାଗି ଯାଇଥିଲା। ଏହି ବସ୍‌ଟି ଡିଜେଲ୍‌ ଚାଳିତ ବସ୍‌ ବୋଲି ଜଣାପଡ଼ିଛି। ବସ୍‌ରେ ନିଆଁ ଲାଗୁଥିବା ଦେଖି ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ। ଆଉ କାଳବିଳମ୍ୱ ନକରି ତରବରିଆ ଭାବେ ଜୀବନକୁ ବାଜି ଲଗାଇ ବସ୍‌ରୁ ବାହାରି ଆସିଥିଲେ। ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି।

Advertisment

ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ନିଆଁ ଲିଭାଇଥିଲେ। ସଟ୍‌ସର୍କିଟ ଯୋଗୁ ନିଆଁ ଲାଗିଥିବା ଆଲୋଚନା ହେଉଛି।  ନିଆଁ ଲିଭିବା ପରେ ରାସ୍ତାରେ ଯିବା ଆସିବା ସ୍ୱଭାବିକ ହୋଇଗଲାଣି।

Cuttack Mo Bus Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe