Advertisment

୪ ଘଣ୍ଟା ପରେ ଆୟତ୍ତ ହେଲା କଟକ ଚୌଧୁରୀ ବଜାର ନିଆଁ

ଆଜି ସକାଳେ ଗ୍ରାଉଣ୍ଡ ଫ୍ଲୋରରେ ଥିବା ଲୁଗା ଦୋକାନରେ ନିଆଁ ଲାଗିଯାଇଥିଲା।

Fire

Fire

Advertisment

୪ ଘଣ୍ଟା ପରେ ଆୟତ୍ତ ହେଲା କଟକ ଚୌଧୁରୀ ବଜାର ଲୁଗାଦୋନରେ ଲାଗିଥିବା ନିଆଁ। ୯ଟି ଅଗ୍ନିଶମ ବାହିନୀଙ୍କ ଅକ୍ରାନ୍ତ ପରିଶ୍ରମ ଯୋଗୁ ଶେଷରେ ନିଆଁକୁ ଆୟତ୍ତ କରାଯାଇପାରିଛି। ନିଆଁରେ ଦୋକାନଟି ଜଳିପୋଡ଼ି ପାଉଁଶ ହୋଇଯାଇଛି। ଦୋକାନରେ ବହୁ ପରିମାଣର ଶାଢ଼ୀ, କପଡ଼ା ଏବଂ ପ୍ଲାଷ୍ଟିକ ଇଣ୍ଟେରିୟର୍ ଗୁଡ଼ିକ ଜଳିପୋଡ଼ି ପାଉଁଶ ହୋଇଯାଇଛି।

Advertisment

ଆଜି ସକାଳେ ଗ୍ରାଉଣ୍ଡ ଫ୍ଲୋରରେ ଥିବା ଲୁଗା ଦୋକାନରେ ନିଆଁ ଲାଗିଯାଇଥିଲା। ପରେ ନିଆଁଟି ପ୍ରଥମ, ଦ୍ୱିତୀୟ , ତୃତୀୟ ଓ ଚତୁର୍ଥ ମହଲାକୁ ବ୍ୟାପି ଯାଇଥିଲା। ନିଆଁ ବ୍ୟାପିବା ପୂର୍ବରୁ ଉପରେ ରହୁଥିବା ଲୋକଙ୍କୁ ଉଦ୍ଧାର କରାଯାଇଥିଲା।ର

ଅନ୍ୟ ପକ୍ଷରେ ପ୍ରବଳ ଧୂଆଁ ବାହାରୁ ଥିବାରୁ ଭିତରକୁ ଯାଇ ନିଆଁ ଲିଭାଇବା ଅଗ୍ନିଶମ କର୍ମଚାରୀଙ୍କ ପାଇଁ କଷ୍ଟକର ହୋଇପଡ଼ିଥିଲା। ବିଲ୍ଡିଂରେ ଲାଗିଥିବା କାଚକୁ ଭାଙ୍ଗି ସିଡ଼ି ଦ୍ୱାରା ଚଢ଼ି ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରାଯାଇଥିଲା। ଏହାସହ ସହ ସ୍କାଏ ଲିଫଟ୍ ସହାୟତାରେ ଭିତର ଯାଏଁ ପାଣି ସ୍ପ୍ରେ କରାଯାଇଥିଲା। କୋଠାର ବିଭିନ୍ନ ଆଡ଼ୁ ଚଢ଼ି ଭିତରକୁ ପଶି ନିଆଁକୁ ଆୟତ ଚେଷ୍ଟା କରିବାକୁ ଚେଷ୍ଟା କରିଥିଲେ।

Advertisment

ନିଆଁରେ ଲାଗି ଦୋକାନରେ ଥିବା ଜିନିଷ ପତ୍ର ସବୁ ଜଳିପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି। ତେବେ କିପରି ନିଆଁ ଲାଗିଲା ତାର କାରଣ ଜଣାପଡ଼ି ନାହିଁ। ସର୍ଟ ସର୍କିଟରୁ ନିଆଁ ଲାଗିଲା ଆଉ କିଛି କାରଣ ଅଛି ତାହା ଜଣାପଡ଼ିନାହିଁ। କଟକ ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ଅନ୍ୟପକ୍ଷରେ ଡେପୁଟି ଫାୟାର ସେଫ୍ଟି ଅଧିକାରୀ କହିଛନ୍ତି, ବିଲ୍ଡିଂରେ ଫାୟାର ସେଫ୍ଟି ବ୍ୟବସ୍ଥା ଯଥେଷ୍ଟ ନଥିଲା। ଫାୟାର ସେଫ୍ଟି ବ୍ୟବସ୍ଥା ଯଥେଷ୍ଟ ନଥିବାରୁ ବଡ଼ ଅଗ୍ନିକାଣ୍ଡ ହୋଇଛି। ନିଆଁକୁ ଆୟତ୍ତ କରିବା ଏକ ବଡ଼ ଚ୍ୟାଲେଞ୍ଜ ଥିଲା।

Cuttack Fire Breakout Fire Mishap
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe