Advertisment

ଗ୍ୟାସ୍‌ ଷ୍ଟେଶନରେ ଭୟଙ୍କର ନିଆଁ; ୨୫ ଜୀବନ୍ତ ଦଗ୍ଧ, ୬୬ ଗୁରୁତର

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଏହା ଏକ ଯୁଦ୍ଧ ଦୃଶ୍ୟଠୁ କିଛି କମ୍‌ ଭୟଙ୍କର ଦେଖା ଯାଉ ନ ଥିଲା।

Advertisment

ରୁଷିଆରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟି ୨୫ ଜଣ ଜୀଅନ୍ତା ଜଳି ଯାଇଥିବା ଜଣାଯାଇଛି। ମୃତକଙ୍କ ମଧ୍ୟରେ ୩ ଶିଶୁ ଥିବା ଜଣାଯାଇଛି। ଦକ୍ଷିଣ ରୁଷିଆର ଦାଗେସ୍ତାନ ଅଞ୍ଚଳରେ ଗତ ରାତିରେ ଏହି ସାଂଘାତିକ ଅଗ୍ନିକାଣ୍ଡ ଘଟିଛି।

Advertisment

ଦାଗେସ୍ତାନ ଅଞ୍ଚଳରେ ଥିବା ଏକ ଅଟୋ ୱାର୍କସପ୍‌ରେ ପ୍ରଥମେ ନିଆଁ ଲାଗିଥିଲା। ଏହାପରେ ନିଆଁ ନିକଟସ୍ଥ ଗ୍ୟାସ୍‌ ଷ୍ଟେଶନରେ ଲାଗି ଯାଇଥିବା ବେଳେ ଆଖି ପିଛୁଳାକେ ବ୍ୟାପି ଯାଇଥିଲା। ଫଳରେ ଉକ୍ତ ସମୟରେ ସେଠାରେ ଉପସ୍ଥିତ ଲୋକେ ନିଆଁ କବଳରେ ପଡ଼ି ଜୀଅନ୍ତା ଜଳି ଯାଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଏହା ଏକ ଯୁଦ୍ଧ ଦୃଶ୍ୟଠୁ କିଛି କମ୍‌ ଭୟଙ୍କର ଦେଖା ଯାଉ ନ ଥିଲା।

ଖବର ପାଇ ତୁରନ୍ତ ଅଗ୍ନିଶମ କର୍ମଚାରୀ ଓ ପୁଲିସ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲ। ଏହାପରେ ପ୍ରାୟ ୪ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ସେମାନେ ନିଆଁକୁ ଆୟତ୍ତ କରି ପାରିଥିଲେ। ଏହାପରେ ତା’ ମଧ୍ୟରୁ ୨୫ ମୃତଦେହ ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏହି ଅଗ୍ନିକାଣ୍ଡରେ ୬୬ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତରଙ୍କ ମଧ୍ୟରେ ୧୦ ଶିଶୁ ଥିବା ଦାଗେସ୍ତାନର ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

Advertisment
Deadbody Fire Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe