Advertisment

ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ରେ ଭୟାବହ ଅଗ୍ନିକାଣ୍ଡ

ଆଜି ଅପରାହ୍ନରେ ୭ ମହଲା ବିଶିଷ୍ଟ ପ୍ରସୂତି ବିଭାଗର ତୃତୀୟ ମହଲାରେ ନିଆଁ ଲାଗି ଯାଇଥିଲା। ସେତେବେଳେ ଆଇସିୟୁରେ ନବଜାତ ଓ ୱାର୍ଡରେ ପ୍ରସୂତିମାନେ ଥିଲେ। ଶିଲିଂରୁ ଧୂଆଁ ବାହାରୁଥିବା ଦେଖି ରୋଗୀ ଓ ତାଙ୍କ ସମ୍ପର୍କୀୟ ଭୟଭୀତ ହୋଇପଡ଼ିଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
Baripada

Baripada

ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛି। ମେଡ଼ିକାଲ୍‌ର ତୃତୀୟ ମହଲାରୁ ନିଆଁ ଲାଗିଥିଲା। ମାତ୍ର ଏଥିରେ କେହି ମୃତାହାତ ହୋଇନଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ। 

Advertisment

ଆଜି ଅପରାହ୍ନରେ ୭ ମହଲା ବିଶିଷ୍ଟ ପ୍ରସୂତି ବିଭାଗର ତୃତୀୟ ମହଲାରେ ନିଆଁ ଲାଗି ଯାଇଥିଲା। ସେତେବେଳେ ଆଇସିୟୁରେ ନବଜାତ ଓ ୱାର୍ଡରେ ପ୍ରସୂତିମାନେ ଥିଲେ। ଶିଲିଂରୁ ଧୂଆଁ ବାହାରୁଥିବା ଦେଖି ରୋଗୀ ଓ ତାଙ୍କ ସମ୍ପର୍କୀୟ ଭୟଭୀତ ହୋଇପଡ଼ିଥିଲେ। ଜୀବନ ବିକଳରେ ତଳକୁ ପଳାଇ ଆସିଥିଲେ। ଯିଏ ଯେମିତି ପାରିଲା ତଳକୁ ଆସୁଥିବା ଦେଖିବାକୁ ମିଳିଥିଲା। ଖବର ପାଇ ଅଗ୍ନିଶମ କର୍ମଚାରୀ ଓ ମେଡ଼ିକାଲ୍‌ ଷ୍ଟାଫ୍‌ ନିଆଁ ଲଭାଇବାରେ ଲାଗି ପଡ଼ିଥିଲେ। ଶେଷ ଖବର ସୁଦ୍ଧା ନିଆଁକୁ ଅୟତ୍ତ କରାଯାଇଛି। ହେଲେ ମେଡ଼ିକାଲ୍‌ ପରିସର ଧୂଆଁ ମୁକ୍ତ ହୋଇପାରି ନାହିଁ। ଯେଉଁଆଡ଼େ ଚାହିଁବେ, ସେହି ଆଡେ ଖାଲି ଧୂଆଁ ଆଉ ଧୂଆଁ। ଯେଉଁଥିପାଇଁ ଉଦ୍ଧାର କାର୍ଯ୍ୟରେ ପ୍ରଭାବିତ ହେଉଛି। ନିଆଁ ଲାଗିଥିବାରୁ ସେହି ବିଲ୍‌ଡିଂରୁ ବିଦ୍ୟୁତ କନେକ୍‌ସନ୍‌ କାଟି ଦିଆଯାଇଛି।

ତେବେ କେଉଁ କାରଣରେ ମେଡ଼ିକାଲ୍‌ କଲେଜରେ ନିଆଁ ଲାଗିଲା, ତାହା ଜଣାପଡ଼ିନି। ବିଦ୍ୟୁତ ସର୍ଟସର୍କିଟ ଯୋଗୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଏଥିରେ ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଥିବା ସମସ୍ତ ରୋଗୀ ସୁରକ୍ଷିତ ଅଛନ୍ତି। ଉଦ୍ଧାର ହୋଇଥିବା ରୋଗୀଙ୍କୁ ଅନ୍ୟ ୱାର୍ଡକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି।

Advertisment

ରିପୋର୍ଟ- ବାରିପଦାରୁ ମାଣିକଲାଲ ପାଣି

Health Mayurbhanj