/odisha-reporter/media/post_attachments/uploadimage/library/16_9/16_9_0/Fire_1733381013.jpg)
Fire
ରାଜଧାନୀର ରାଜ ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା ଚଳନ୍ତା କାର୍। ପୁରୀ ଭୁବନେଶ୍ୱର ଜାତୀୟ ରାଜପଥର କଳ୍ପନା ପାନ୍ଥନିବାସ ନିକଟରେ ଏହି ଅଘଟଣ ଘଟିଛି। ଏକ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ରାଜ୍ୟ ସରକାରଙ୍କ ସୂଚନା କମିଶନଙ୍କ ରେଜିଷ୍ଟ୍ରାର ଓ ତାଙ୍କ ଡ୍ରାଇଭର।
Advertisment
ଆଜି ସକାଳେ ରେଜିଷ୍ଟ୍ରାର ଓ ଡ୍ରାଇଭର କୌଣସି କାମରେ ଯାଉଥିବା ବେଳେ କଳ୍ପନା ପାନ୍ଥନିବାସ ନିକଟରେ କାର୍ରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିଥିବା ଦେଖି ଡ୍ରାଇଭର ଓ ରେଜିଷ୍ଟ୍ରାର କାରରୁ ଓହ୍ଲାଇ ପଡ଼ିଥିଲେ। ପରେ କାର୍ଟି ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଯାଇଥିଲା।
ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ କାର୍ରେ କିପରି ନିଆଁ ଲାଗିଲା, ତାହା ଜଣାପଡ଼ିନାହିଁ। ସର୍ଟ ସିର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
