Advertisment

ଜଳିଗଲା ବାଣ ଦୋକାନ

ବାଣ ଦୋକାନ କରିବାକୁ ନିର୍ଦ୍ଦିଷ୍ଟ ସ୍ଥାନ ସ୍ଥିର ହୋଇଥିଲେ ବି ବଜାର, ଛକ ଓ ଗାଁ ମୁଣ୍ଡରେ କିପରି ବାଣ ଦୋକାନ ଖୋଲୁଛି, ତାକୁ ନେଇ ପ୍ରଶ୍ନ ଉଠିଛି।

author-image
Jitendra Garnayak
Fire

Fire

ପାରାଦୀପର ଲକ୍ ଥାନା ଅଞ୍ଚଳରେ ଆଜି ଭୋରରେ ଜଳି ଯାଇଛି ଏକ ବାଣ ଦୋକାନ। ପାରାଦୀପ ଉପକଣ୍ଠ ନୂଆଗଡ଼ ଛକରେ ଖୋଲିଥିବା ଏହି ଅସ୍ଥାୟୀ ବାଣ ଦୋକାନରେ ଅଗ୍ନିକାଣ୍ଡ ଯୋଗୁ ଲକ୍ଷାଧିକ ଟଙ୍କାର ବାଣ ଜଳି ଯାଇଛି। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି।

Advertisment

ବାଣ ଦୋକାନରେ ନିଆଁ ଲାଗିବା ପରେ ସ୍ଥାନୀୟ ଲୋକେ ଏହାକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ନିଆଁ ସଂସ୍ପର୍ଶରେ ଆସି ବାଣଗୁଡ଼ିକ ଫୁଟିବା ଆରମ୍ଭ କରିବାରୁ ନିଆଁ ଲିଭାଇବା ସମ୍ଭବ ହୋଇନଥିଲା। ସବୁ ବାଣ ଜଳି ଯିବା ପରେ ନିଆଁ ଲିଭିଥିଲା ବୋଲି ଜଣାପଡ଼ିଛି।

ବାଣ ଦୋକାନ କରିବାକୁ ନିର୍ଦ୍ଦିଷ୍ଟ ସ୍ଥାନ ସ୍ଥିର ହୋଇଥିଲେ ବି ବଜାର, ଛକ ଓ ଗାଁ ମୁଣ୍ଡରେ କିପରି ବାଣ ଦୋକାନ ଖୋଲୁଛି, ତାକୁ ନେଇ ପ୍ରଶ୍ନ ଉଠିଛି।

Advertisment
Fire Breakout Fire Accident Fire Mishap Firecracker Explosion