Advertisment

ହୁତୁହୁତୁ ହୋଇ ଜଳିଗଲା LPG ସିଲିଣ୍ଡର ବୋଝେଇ ଟ୍ରକ୍

ଆଜି ସକାଳେ  LPG ସିଲିଣ୍ଡର ଟ୍ରକଟି ଗାଡ଼ିଟି ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା।

ଅଦ୍ୟତନ ହୋଇଛି
Fire

Fire

Advertisment

ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା LPG ସିଲିଣ୍ଡର ଟ୍ରକ୍। ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର ଓ ହେଲପର। ଗଞ୍ଜାମ ଜିଲ୍ଲା ଏନ୍ଏଚ୍ ୧୬ ପୁଇଁତଳା ଛକରେ ଏହି ଦୁର୍ଘଟଣା ଘଟିଛି।

Advertisment

ଆଜି ସକାଳେ  LPG ସିଲିଣ୍ଡର ଟ୍ରକଟି ଗାଡ଼ିଟି ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ହଠାତ୍ ଗାଡ଼ିରେ ଅଚାନକ ନିଆଁ ଲାଗିଯାଇଥିଲା। ନିଆଁ ଲାଗିଥିବା ଡ୍ରାଇଭର ଜାଣି ପାରି ଗାଡ଼ିଟିକୁ ସେଠାରେ ଅଟକାଇବା ସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଛତ୍ରପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ନିଆଁରେ ଟ୍ରକ୍‌ର ଇଞ୍ଜିନ ସମ୍ପୂର୍ଣ୍ଣ ଭାବରେ ଜଳିଯାଇଥିଲା। ତେବେ ଟ୍ରକର ଡାଲା ପଟେ ନିଆଁ ଲାଗି ନ ଥିବା ଯୋଗୁ ଏକ ବଡ଼ ଦୁର୍ଘଟଣା ଟଳି ଯାଇଥିଲା। ତେବେ ଟ୍ରକ୍‌ରେ କିପରି ନିଆଁ ଲାଗିଲା, ତାର କାରଣ ଜଣାପଡ଼ି ନାହିଁ। ସର୍ଟସର୍କିଟରୁ ନିଆଁ ଲାଗିଥବା ସନ୍ଦେହ କରାଯାଉଛି। 

Advertisment

Road Accident Ganjam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe