Advertisment

ବ୍ୟାଙ୍କରେ ଭୟାବହ ଅଗ୍ନିକାଣ୍ଡ; ସବୁ ଜଳି ଛାରଖାର

ସର୍ଟ ସର୍କିଟ ଯୋଗୁ ବ୍ୟାଙ୍କରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

Fire

Fire

Advertisment

କେନ୍ଦୁଝର ଜିଲ୍ଲା ଘଷିପୁରା ସ୍ଥିତ SBI ଶାଖାରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁରେ ବ୍ୟାଙ୍କର ଆସବାବପତ୍ର ଓ କାଗଜପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ୨ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

Advertisment

ଗତକାଲି ବିଳମ୍ବିତ ରାତିରେ SBI ଶାଖା କାର୍ଯ୍ୟାଳୟରୁ ଧୂଆଁ ବାହାରୁ ଥିଲା। ଏହା ଦେଖି ସ୍ଥାନୀୟ ଲୋକେ ଶାଖା ପରିଚାଳକଙ୍କୁ ଖବର ଦେଇଥିଲେ। ଏଥି ସହିତ ଅଗ୍ନିଶମ ବାହୀନିକୁ ମଧ୍ୟ ଖବର ଦେଇଥିଲେ। ଖବର ପାଇ ତୁରନ୍ତ ଅଗ୍ନିଶମ ବିଭାଗର ଦୁଇଟି ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ନିଆଁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ। ହେଲେ ପ୍ରବଳ ଧୂଆଁ ବାହାରୁଥିବାରୁ ନିଆଁ ଲିଭାଇବା ପାଇଁ ଅଗ୍ନିଶମ କର୍ମଚାରୀଙ୍କ ଅଧିକ ସମୟ ଲାଗିଥିଲା।

ତେବେ ବ୍ୟାଙ୍କରେ କିପରି ନିଆଁ ଲାଗି଼ଲା ତାହା ଜଣାପଡ଼ି ନାହିଁ। ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ବ୍ୟାଙ୍କରେ କେତେ କ୍ଷୟକ୍ଷତି ହୋଇଛି ତାହାର ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନି।

Advertisment
Kendujhar Fire Breakout
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe