Advertisment

ହୁତୁହୁତୁ ହୋଇ ଜଳିଗଲା ସଫେଇ ଗାଡ଼ି

ସର୍ଟସର୍କିଟରୁ ନିଆଁ ଲାଗିଥବା ସନ୍ଦେହ କରାଯାଉଛି।

Fire

Fire

Advertisment

ରାଜଧାନୀର ରାଜରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା ବିଏମ୍‌ସିର ସଫେଇ ଗାଡ଼ି। ଭୁବନେଶ୍ୱର ସ୍ଥିତ ଡମଣା ଛକରେ ଏହି ଅଘଟଣ ଘଟିଛି। ଏହି ଅଘଟଣରେ କାହାର କିଛି କ୍ଷତି ହୋଇ ନାହିଁ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

Advertisment

ଆଜି ସକାଳେ ବିଏମ୍‌ସିର ସଫେଇ ଗାଡ଼ି ରାସ୍ତାରେ ଧୂଳି ସଫେଇ କରୁଥିଲା। ଡମଣା ଛକ ନିକଟରେ ହଠାତ୍‌ ଗାଡ଼ିରେ ନିଆଁ ଲାଗି ଯାଇଥିଲା। ଡ୍ରାଇଭର ଜାଣିପାରି ସେଠାରେ ଗାଡ଼ିଟିକୁ ଅଟକାଇଥିଲା। ପରେ ରାସ୍ତା ଉପରେ ଗାଡ଼ିଟି ହୁତୁ ହୁତୁ ହୋଇ ଜଳିଯାଇଥିଲା।

ଏତେ ବଡ଼ ଅଘଟଣରେ ଡ୍ରାଇଭରର କିଛି ହୋଇ ନାହିଁ । ତେବେ ଗାଡ଼ିରେ କିପରି ନିଆଁ ଲାଗିଲା ତାର କାରଣ ଜଣାପଡ଼ିନାହିଁ। ସର୍ଟସର୍କିଟରୁ ନିଆଁ ଲାଗିଥବା ସନ୍ଦେହ କରାଯାଉଛି।

Advertisment
Bhubaneswar Fire Breakout
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe