Advertisment

ଲାଗିଗଲା ନିଆଁ; ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା ଟ୍ରାକ୍ଟର

ଟ୍ରାକ୍ଟରରେ କିପରି ନିଆଁ ଲାଗିଲା ତାର କାରଣ ଅସ୍ପଷ୍ଟ ରହିଛି।

author-image
Tapaswini Nayak
Fire

Fire

ଟ୍ରାକ୍ଟରରେ ଲାଗିଗଲା ନିଆଁ। ହୁତୁ ହୁତୁ ହୋଇ ଆଖି ସାମନାରେ ଜଳିଗଲା ଟ୍ରାକ୍ଟର। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ସାଲେପାଲି ଗାଁ ନିକଟରେ ଏହି ଘଟଣା ଘଟିଛି। ସୌଭାଗ୍ୟ ବଶଃତ ଡ୍ରାଇଭର କିଛି ହୋଇନାହିଁ। 

Advertisment

ସାଲେପାଲି ପୋଖରୀ ପାଖରେ ଠିଆ ହୋଇଥିବା ବେଳେ ହଠାତ୍ କୌଣସି କାରଣରୁ ଟ୍ରାକ୍ଟରରେ ନିଆଁ ଲାଗି ଯାଇଥିଲା। ଚାହୁଁ ଚାହୁଁ କିଛି ସମୟ ଭିତରେ ନିଆଁ ଚାରିଆଡକୁ ବ୍ୟାପି ଯାଇଥିଲା। ରାସ୍ତା ଉପରେ ଟ୍ରାକ୍ଟରଟି ହୁତୁ ହୁତୁ ହୋଇ ଜଳିଯାଇଥିଲା। ଏନେଇ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।  ସେତେବଳକୁ ଟ୍ରାକ୍ଟରଟି  ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। 

ତେବେ ଟ୍ରାକ୍ଟରରେ କିପରି ନିଆଁ ଲାଗିଲା ତାର କାରଣ ଅସ୍ପଷ୍ଟ ରହିଛି। ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। 

Advertisment
Sonepur Fire Breakout