Advertisment

ବିବାହ ସମାରୋହରେ ଭୟଙ୍କର ଅଗ୍ନିକାଣ୍ଡ; ଶହେରୁ ଉର୍ଦ୍ଧ୍ୱ ଜଳିଗଲେ, ୧୫୦ ଗୁରୁତର

ବିବାହ ଭୋଜି ବେଳେ ଘଟିଥିବା ଅଗ୍ନିକାଣ୍ଡ ଯୋଗୁ ପ୍ରାୟ ଶହେରୁ ଊର୍ଦ୍ଧ୍ୱ ଲୋକ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ ଲୋକ ଗୁରୁତର ହୋଇଛନ୍ତି।

author-image
Niharika Rout
ଅଦ୍ୟତନ ହୋଇଛି
Fire Spot

Fire Spot

ଇରାକର ଏକ ବିବାହ ସମାରୋହରେ ଘଟିଲା ଭୟଙ୍କର ଅଘଟଣ । ବିବାହ ଭୋଜି ବେଳେ ଘଟିଥିବା ଅଗ୍ନିକାଣ୍ଡ ଯୋଗୁ ପ୍ରାୟ ଶହେରୁ ଊର୍ଦ୍ଧ୍ୱ ଲୋକ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ ଲୋକ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ବର ଓ କନ୍ୟା ବି ଥିବା ଅନ୍ତଜାତୀୟ ଗଣମାଧ୍ୟମରେ ସୂଚନା ମିଳିଛିା ଏପରି ଏକ ହୃଦୟ ବିଦାରକ ଘଟଣା ଉତ୍ତର ଇରାକର ନେନେଭାରେ ଘଟିଥିବା ଜଣାଯାଇଛି। ଇରାକର ସ୍ୱାସ୍ଥ୍ୟ ମନ୍ତ୍ରୀ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି।

Advertisment

ଅନ୍ତଜାତୀୟ ଗଣମାଧ୍ୟମରେ ପ୍ରକାଶିତ ସୂଚନା ଅନୁଯାୟୀ, ନେନେଭାରେ ଗତକାଲି ରାତିରେ ଏକ ବିବାହ ରିସେପସନ୍ ଚାଲିଥିଲା । ଏହି ସମୟରେ ଲୋକ ଗହଳି ବି ପ୍ରବଳ ଥିଲା। କିଛି ଲୋକ ଟେଣ୍ଟ ଭିତରେ ବାଣ ଫୁଟାଇ ସେଲିବ୍ରେସନ୍ କରିଥିଲୋ ।

ହଠାତ୍‌ ବାଣରୁ ଏଥିରୁ ନିଆଁ ଲାଗିବା ପରେ ପୁରା ଟେଣ୍ଟ ଓ ଭୋଜି ହୋଇଥିବା ସ୍ଥାନ ଜଳି ଯାଇଥିଲା । ଫଳରେ ଭିତରେ ଫସି ଯାଇଥିବା ଲୋକେ ବାହାରି ନ ପାରି ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ।

Advertisment

ଖବର ପାଇ ଇରାକର ବହୁ ଅଗ୍ନିଶମବାହିନୀ ଓ ରେସ୍କ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଲେ। ଦୀର୍ଘ ସମୟର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିବା ବେଳେ ତା’ ଭିତରୁ ଗୁରୁତରଙ୍କୁ ପ୍ରଥମେ ନିକଟସ୍ଥ ହସ୍ପିଟାଲମାନଙ୍କୁ ପଠାଗଲା। ଏତେ ସଂଖ୍ୟକ ଲୋକ ଏକାଥରେ ଆଡମିଟ ହେବାରୁ ବହୁ ମେଡିକାଲରେ ବେଡର ଅଭାବ ପରିଲକ୍ଷିତ ହୋଇଥିଲା। ଏହାପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରୁ ପ୍ରାୟ ୧୧୩ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାଯାଇଛି।

Burnt To Death Fire Mishap