fire
ରାଉରକେଲା କୋଏଲନଗରରେ ଥିବା ଦୁଇ ମହଲା ଘରେ ଅଗ୍ନିକାଣ୍ଡ ଘଟିଛି। ଦୀପ ନିଆଁରୁ ଘରେ ନିଆଁ ଲାଗି ଯାଇଥିବା ସୂଚନା ରହିଛି। ୫ଟି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଏତେ ବଡ଼ ଅଘଟଣରେ କାହାର କିଛି କ୍ଷତି ଘଟି ନାହିଁ। ଘର ଭିତରେ ଥିବା ମା’ ଓ ଛୁଆଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀ।
ଆଜି ଦିନ ପ୍ରାୟ ୧୦ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଦୀପ ନିଆଁ ନିକଟରେ ଥିବା ପେଟିରେ ଲାଗି ଯାଇ ଘରେ ଲାଗିଯାଇଥିଲା ଅଗ୍ନିକାଣ୍ଡରେ ଘରର ସମସ୍ତ ଆସବାବ ପତ୍ର ପୋଡ଼ି ଯାଇଛି। ପ୍ରବଳ ଧୂଆଁ ବାହାରୁଥିବାରୁ ନିଆଁ ଲିଭାଇବା ପାଇଁ କଷ୍ଟକର ହେଉଛି।
ଅଗ୍ନିକାଣ୍ଡ ପରେ ସେହି ଅଞ୍ଚଳରେ ଲାଇନକୁ କାଟି ଦିଆଯାଇଛି। ଅଗ୍ନିଶମ ବାହିନୀ ନିଆଁ ଲିଭାଇବା ପାଇଁ ଚେଷ୍ଟା କରୁଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/fire_1699857276.jpg)