କଟକର ରାଣୀହାଟ କେନାଲ ରୋଡ୍ରେ ଥିବା ଏକ ଇଲେକ୍ଟ୍ରି ଭେଇକିଲ୍ (EV) ଶୋ’ରୁମ୍ରେ ଆଜି ସନ୍ଧ୍ୟାରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ଏଥିରେ ଶୋ’ ରୁମ୍ଟି ଜଳିପୋଡ଼ି ପୂରା ପାଉଁଶ ହୋଇଯାଇଛି।
ଅଗ୍ନିକାଣ୍ଡ ବେଳେ ଶୋ’ରୁମ୍ରେ କେତୋଟି ଗାଡ଼ି ଥିଲା ତାହା ଜଣାପଡ଼ି ନାହିଁ। ତେବେ ଶୋ’ରୁମ୍ ମାଲିକଙ୍କ ଜଣେ ସମ୍ପର୍କୀୟ କହିଛନ୍ତି ଯେ ସବୁ ବେଳେ ଏଠାରେ ୧୦ରୁ ୧୫ଟି ଗାଡ଼ି ରହିଥାଏ। ତେଣୁ ଯାହା ବି ଗାଡ଼ି ଥିଲା, ସବୁ ପୋଡ଼ି ଯାଇଛି। ଶୋ’ ରୁମ୍ରେ ଥିବା ସବୁ ସାମଗ୍ରୀ ଜଳିଯାଇଛି।
Also Read
ନିଆଁକୁ ଅଗ୍ନିଶମ ବାହିନୀ ଆୟତ୍ତ କରି ସାରିଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାହିଁ। ଶର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ତେବେ ତଦନ୍ତ ପରେ ଜଣାପଡ଼ିବ ପ୍ରକୃତରେ କେମିତି ନିଆଁ ଲାଗିଲା ଓ କେତେ ସଂପତ୍ତି ନଷ୍ଟ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ପ୍ରତିଦିନ ଅନିଚ୍ଛାକୃତ ଆଘାତ ମୃତ୍ୟୁରେ ଯାଉଛି ୫୭ ଜୀବନ
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏହି ଷ୍ଟ୍ରାଟେଜି ରିପୋର୍ଟ ଅନୁସାରେ, ଅନିଚ୍ଛାକୃତ ଆଘାତ ମୃତ୍ୟୁ ଜାତୀୟ ହାର ଲକ୍ଷେରେ ୩୧.୨ । ଯାହାକି ଓଡ଼ିଶାର ୪୫.୬ ତୁଳନାରେ ଢେର୍ କମ୍ ରହିଛି। ଅନ୍ୟପକ୍ଷରେ ଅନିଚ୍ଛାକୃତ ଆଘାତ ମୃତ୍ୟୁରେ ୧୮ ରୁ ୬୦ ବର୍ଷ ବୟସ୍କଙ୍କ ସଂଖ୍ୟା ସର୍ବାଧିକ।
Accident
ତାମିଲନାଡୁରେ ଟ୍ରେନ ଦୁର୍ଘଟଣା: ଅନ୍ତର୍ଘାତୀ ନା ଆଉ କିଛି? ଅଧିକାରୀ ଦେଲେ ଉତ୍ତର
ଏକ୍ସପ୍ରେସ ଟ୍ରେନର ୧୨ରୁ ଅଧିକ ବଗି ଲାଇନଚ୍ୟୁତ ହେବା ସହ ୨ଟି ବଗିରେ ନିଆଁ ଲାଗି ଯାଇଥିଲା। ଏହି ଘଟଣାରେ ୧୯ ଜଣ ଆହତ ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି।
Accident
କେନାଲକୁ ଖସିଲା କାର୍, ଗୋଟିଏ ପରିବାରର ୭ ମୃତ
ମୃତକଙ୍କ ମଧ୍ୟରେ ତିନି ଜଣ ମହିଳା ଏବଂ ଚାରି ଜଣ ଛୋଟ ପିଲା ଅଛନ୍ତି।