Fire
କଟକର ରାଣୀହାଟ କେନାଲ ରୋଡ୍ରେ ଥିବା ଏକ ଇଲେକ୍ଟ୍ରି ଭେଇକିଲ୍ (EV) ଶୋ’ରୁମ୍ରେ ଆଜି ସନ୍ଧ୍ୟାରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ଏଥିରେ ଶୋ’ ରୁମ୍ଟି ଜଳିପୋଡ଼ି ପୂରା ପାଉଁଶ ହୋଇଯାଇଛି।
ଅଗ୍ନିକାଣ୍ଡ ବେଳେ ଶୋ’ରୁମ୍ରେ କେତୋଟି ଗାଡ଼ି ଥିଲା ତାହା ଜଣାପଡ଼ି ନାହିଁ। ତେବେ ଶୋ’ରୁମ୍ ମାଲିକଙ୍କ ଜଣେ ସମ୍ପର୍କୀୟ କହିଛନ୍ତି ଯେ ସବୁ ବେଳେ ଏଠାରେ ୧୦ରୁ ୧୫ଟି ଗାଡ଼ି ରହିଥାଏ। ତେଣୁ ଯାହା ବି ଗାଡ଼ି ଥିଲା, ସବୁ ପୋଡ଼ି ଯାଇଛି। ଶୋ’ ରୁମ୍ରେ ଥିବା ସବୁ ସାମଗ୍ରୀ ଜଳିଯାଇଛି।
ନିଆଁକୁ ଅଗ୍ନିଶମ ବାହିନୀ ଆୟତ୍ତ କରି ସାରିଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାହିଁ। ଶର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ତେବେ ତଦନ୍ତ ପରେ ଜଣାପଡ଼ିବ ପ୍ରକୃତରେ କେମିତି ନିଆଁ ଲାଗିଲା ଓ କେତେ ସଂପତ୍ତି ନଷ୍ଟ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Fire_1699627304.jpg)