Advertisment

ଭବାନୀପାଟଣା ମେଡିକାଲ କଲେଜରେ ଅଗ୍ନିକାଣ୍ଡ

ଗତକାଲି ବିଳମ୍ବିତ ରାତିରେ MCH କୋଠାର ଚତୁର୍ଥ ମହଲାରେ ହଠାତ୍ ନିଆଁ ଲାଗିଯାଇଥିଲା ।

author-image
Tapaswini Nayak
fire

fire

ଭବାନୀପାଟଣା ସହିଦ ରେଣ୍ଡୋ ମାଝୀ ସରକାରୀ ମେଡିକାଲ କଲେଜରେ ନିଆଁ ଲାଗିଯାଇଛି। ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗରେ ନିଆଁ ଲାଗିଥିବା ସୂଚନା ମିଳିଛି। ନିଆଁରେ ଡାକ୍ତରଖାନାର ଆସବାବପତ୍ର ସବୁ ପୋଡ଼ି ନଷ୍ଟ ହୋଇ ଯାଇଛି। ଏଥିରେ କେହି ମୃତାହତ ହୋଇନାହାନ୍ତି। 

Advertisment

ଗତକାଲି ବିଳମ୍ବିତ ରାତିରେ MCH କୋଠାର ଚତୁର୍ଥ ମହଲାରେ ହଠାତ୍ ନିଆଁ ଲାଗିଯାଇଥିଲା ଧୁଆଁ ଦେଖି ରୋଗୀ ଚିତ୍କାର କରିଥିଲେ। ତୁରନ୍ତ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। ଖବର ପାଇ ଭବାନୀପାଟଣା ଟାଉନ ଥାନା ପୁଲିସ୍ ଓ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସର୍ଟସର୍କିଟ ଯୋଗୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

ରୋଗୀଙ୍କ ସମ୍ପର୍କୀୟ କହିଛନ୍ତି, ଡାକ୍ତରଖାନାରେ ନିଆଁ ଲାଗିବାପରେ ଧୂଆଁ ପ୍ରବଳ ହୋଇଥିଲା। ସିକ୍ୟୁରିଟି ଗାର୍ଡଙ୍କ ସହାୟତାରେ ମା’ ଓ ନବଜାତ ଶିଶୁକୁ ଷ୍ଟେଚରରେ ତଳକୁ ‌ଅଣାଯାଇଥିଲା।।

Advertisment

ଡାକ୍ତରଖାନାର ADMO ରଞ୍ଜନ ମିତ୍ର କହିଛନ୍ତି, ରାତି ପ୍ରାୟ ୧୨ ଟା ସମୟରେ ସର୍ଟସର୍କିଟ ଯୋଗୁ ଡାକ୍ତରଖାନାରେ ନିଆଁ ଲାଗିଯାଇଥିଲା। ଏଥିରେ କାହାର କିଛି କ୍ଷତି ହୋଇନାହିଁ। ସମସ୍ତେ ସୁରକ୍ଷିତ ଅଛନ୍ତି।

Kalahandi