Fire
ମୁମ୍ବାଇ- ବାଙ୍ଗାଲୁରୁ ଉଦୟନ ଏକ୍ସପ୍ରେସରେ ଲାଗିଲା ନିଆଁ। ଆଜି ସକାଳ ପ୍ରାୟ ୭ଟା ୩୦ ବେଳେ ଟ୍ରେନଟି ବାଙ୍ଗାଲୁରୁର କାନ୍ତିବୀର ସଙ୍ଗୋଲି ଷ୍ଟେସନରେ ପହଞ୍ଚିବା ପରେ ଦୁଇଟି ବଗିରେ ହଠାତ୍ ନିଆଁ ଲାଗି ଯାଇଥିଲା ।
Advertisment
ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ । ଟ୍ରେନରେ ନିଆଁ ଲାଗିବା ବେଳେ ସେଥିରେ କୌଣସି ଯାତ୍ରୀ ନଥିଲେ । ସମସ୍ତ ଯାତ୍ରୀ ଓହ୍ଲାଇବାର ପ୍ରାୟ ୨ ଘଣ୍ଟା ପରେ ନିଆଁ ଲାଗିଥିବାରୁ ଏକ ବଡ ଅଘଟଣକୁ ଏଡାଇ ଦିଆଯାଇଛି। ତେବେ କେଉଁ କାରଣରୁ ଟ୍ରେନରେ ନିଆଁ ଲାଗିଲା ସେ ସମ୍ପର୍କରେ ଜଣାପଡିନାହିଁ ।
ଆଜି ସକାଳେ ଟ୍ରେନ୍ଟି କାନ୍ତିବୀର ସଙ୍ଗୋଲି ଷ୍ଟେସନରେ ପହଞ୍ଚିବା ପରେ ତାହାର ୨ଟି ବଗିରୁ ପ୍ରବଳ ମାତ୍ରାରେ ଧୂଆଁ ବାହାରିବାକୁ ଲାଗିଲା। ଫଳରେ ସମ୍ପୂର୍ଣ୍ଣ ପ୍ଲାଟଫର୍ମ ଧୂଆଁମୟ ହୋଇ ଯାଇଥିଲା।
Advertisment
ତୁରନ୍ତ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ବରିଷ୍ଠ ରେଳବାଇ ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
