Advertisment

କପା ଗୋଦାମରେ ଲାଗିଲା ନିଆଁ; ପୁଅକୁ ଆଣିବାକୁ ଯାଇ ମା’ ବି ଜଳିଗଲା

ପୁଅ ଭିତରେ ରହି ଯାଇଥିବା ଜାଣି ଶକୁନ୍ତଳା ପୁଣି ଥରେ ଭିତରକୁ ଚାଲି ଯାଇଥିଲେ। ଉକ୍ତ ସମୟରେ ନିଆଁ ଚାରିଆଡ଼େ ବ୍ୟାପି ଯାଇଥିବାରୁ ମା’ ପୁଅ ବାହାରି ନ ପାରି ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ଜଣାଯାଇଛି।

Fire

Fire

Advertisment

ମହାରାଷ୍ଟ୍ରର ଥାନେ ଜିଲ୍ଲାର ଏକ କପା ଗୋଦାମରେ ନିଆଁ ଲାଗି ଜଣେ ମହିଳା ଓ ତାଙ୍କ ଶିଶୁପୁତ୍ର ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ଗତକାଲି ରାତି ପ୍ରାୟ ୧୦ଟାରେ ଏପରି ଭୟଙ୍କର ଅଗ୍ନିକାଣ୍ଡ ଘଟିଲା। ଏହି ଘଟଣା ଥାନେ ଜିଲ୍ଲାର ଭିୱାଣ୍ଡିରେ ଘଟିଛି। ମୃତା ମହିଳା ଶକୁନ୍ତଳା ଓ ତାଙ୍କ ପୁଅ ରବି ବୋଲି ଜଣାଯାଇଛି।

Advertisment

ପୁଲିସ୍‌ ସୂତ୍ରରୁ ଜଣାଯାଇଛି, ଭିୱାଣ୍ଡିରେ ଏକ କପା ଗୋଦାମରେ ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ସନ୍ଧ୍ୟା ପ୍ରାୟ ୫ଟା ପରେ ଗୋଦାମରେ ହଠାତ୍‌ ନିଆଁ ଲାଗି ଯାଇଥିଲା।

ଅଗ୍ନିକାଣ୍ଡ ବେଳେ ଗୋଦାମରେ କାମ କରୁଥିବା ସମସ୍ତ ଶ୍ରମିକ ବାହାରକୁ ଚାଲି ଆସିଥିଲେ। ମାତ୍ର ଉକ୍ତ ସମୟରେ ନିଜ ପୁଅ ଭିତରେ ରହି ଯାଇଥିବା ଜାଣି ଶକୁନ୍ତଳା ପୁଣି ଥରେ ଭିତରକୁ ଚାଲି ଯାଇଥିଲେ। ଉକ୍ତ ସମୟରେ ନିଆଁ ଚାରିଆଡ଼େ ବ୍ୟାପି ଯାଇଥିବାରୁ ମା’ ପୁଅ ବାହାରି ନ ପାରି ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ଜଣାଯାଇଛି।

Advertisment

ଖବର ପାଇ ପୁଲିସ୍‌ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରାୟ ୪ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା।

ଏହାପରେ ପୁଲିସ୍‌ ଛାନଭିନ କରି ଗୋଦାମରୁ ଜଣେ ମହିଳା ଓ ତାଙ୍କ ୩ ବର୍ଷର ଶିଶୁପୁତ୍ରର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

Maharashtra Fire Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe