Fire
Advertisment
ପୁରୀ ଜିଲ୍ଲା କୁମ୍ଭାରପଡା ଥାନା ନିକଟ ଆଲାମଚଣ୍ଡୀ ମନ୍ଦିର ପାଖରେ ଥିବା କବାଡିଆ ଦୋକାନରେ ଲାଗିଛି ଭୀଷଣ ନିଆଁ। ନିଆଁର ଆଁରେ କବାଡିଆ ଦୋକାନରେ ଥିବା ବିଭିନ୍ନ ଆସବାବ ପତ୍ର ଜଳି ପୋଡି ପାଉଁଶ ହୋଇଯାଇଛି।
Advertisment
ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି। ଅଗ୍ନିକାଣ୍ଡ ପରେ ସାରା ଅଞ୍ଚଳ ଧୂଆଁମୟ ହୋଇଯାଇଛି। କବାଡିଆ ଦୋକାନରେ ଥିବା କାଚ ସବୁ ଫୁଟୁଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।
ଦୁଇଟି ଦମକଳ ବିହାନୀ ନିଆଁକୁ ଲିଭାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ଏଥିରେ କେହି ମୃତାହତ କିମ୍ବା ଆହତ ହୋଇ ନ ଥିବା ଜଣାଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us