Advertisment

ହୁ ହୁ ହୋଇ ଜଳିଲା ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୬୦ ଯାତ୍ରୀ

ଅନେକ ଯାତ୍ରୀଙ୍କୁ ଏମରଜେନ୍ସି ଗେଟ୍‌ ଦେଇ ବସ୍‌ରୁ ବାହାର କରାଯାଇଛି।

author-image
Madhupriya Mistry
Bus Catches fire

Bus Catches fire

ହଠାତ୍‌ ବସ୍‌ରେ ଲାଗିଲା ନିଆଁ। ହୁ ହୁ ହୋଇ ଜଳିଲା ଯାତ୍ରୀବାହୀ ବସ୍‌। ତେବେ କିଛି ଅଘଟଣା ଘଟିବା ପୂର୍ବରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ। ଏଭଳି କିଛି ଘଟଣା ଘଟିଛି ନଏଡା ଏକ୍ସପ୍ରେସ୍‌-ଓ୍ୱେରେ।

Advertisment

ଏକ ଭୋଲବୋ ବସ୍‌ ବୁଧବାର ୬୦ ଯାତ୍ରୀଙ୍କୁ ନେଇ ବିହାର ଯାଉଥିଲା। ସମସ୍ତ ଯାତ୍ରୀ ଛଟ୍ଟ୍‌ ପୂଜା ପାଇଁ ଘରକୁ ଯାଉଥିଲେ। ଏତିକି ବେଳେ ନଏଡା-ଗ୍ରେଟେର୍‌ ନଏଡା ଏକ୍ସପ୍ରେସ-ଓ୍ୱେର ସେକ୍ଟର ୧୨୬ରେ ଏହି ଦୁର୍ଘଟଣା ଘଟିଛି। ସେକ୍ଟର ୯୬ରେ ଥିବା ଅଣ୍ଡରପାସ୍‌ ଦେଇ ଏହି ଯାତ୍ରୀବାହୀ ବସ୍‌ଟି ଯାଉଥିବା ବେଳେ ଏଥିରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ଏହି ନିଆଁ ବିକଟାଳ ରୂପ ନେଇଥିଲା।

ତେବେ ସୌଭାଗ୍ୟବଶତଃ ଏଥିରେ ଥିବା ୬୦ ଯାତ୍ରୀ କୌଣସି ଦୁର୍ଘଟଣା ଘଟିବା ପୂର୍ବରୁ ବସ୍‌ ଭିତରୁ ବାହାରକୁ ଚାଲି ଆସିଥିଲେ। ଫଳରେ ବିର୍ତ୍ତି ଯାଇଛନ୍ତି। ଅନେକ ଯାତ୍ରୀଙ୍କୁ ଏମରଜେନ୍ସି ଗେଟ୍‌ ଦେଇ ବସ୍‌ରୁ ବାହାରକୁ ବାହାର କରାଯାଇଛି। ସେପଟେ ଘଟଣାସ୍ଥଲରେ ଅଗ୍ନିଶମ ବାହିନୀର ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଛି।

Advertisment

ଗୋରଖଧାମ ନାମକ ଏହି ବସ୍‌ ନଏଡା ସେକ୍ଟର-୩୭ରୁ ବିହାରର ସିବନା ଯାଉଥିଲା। ଶର୍ଟ ସର୍କିଟ୍‌ ଯୋଗୁ ବସ୍‌ରେ ନିଆଁରେ ଲାଗିଥିବା ସନ୍ଦେହ କରାଯାଉଛି। ବସ୍‌ରେ ନିଆଁ ଲାଗିବା ଯୋଗୁ ଏକ୍ସପ୍ରେସ୍‌-ଓ୍ୱେରେ ଅନେକ ଗାଡ଼ି ଫଶି ରହିଥିଲା। ଫଳରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଥିଲା।

Accident Bus Fire