Advertisment

ବ୍ଲକ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ, ଜଳିଗଲା ଗୁରୁତ୍ବପୂର୍ଣ୍ଣ ଫାଇଲ

ଦୁର୍ନୀତି ପେଡ଼ି ଖୋଲିଯିବା ଭୟରେ ନିଆଁ ଲଗାଯାଇଥିବା ନେଇ ଚର୍ଚ୍ଚା ହେଉଛି।

ଅଦ୍ୟତନ ହୋଇଛି
Fire

Fire

Advertisment

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ। ଜଳି ଗଲା ଶହ ଶହ ଫାଇଲ ଓ ଆସବାବପତ୍ର। ବ୍ଲକର କେହି ଅସାଧୁ କର୍ମଚାରୀ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି। ଦୁର୍ନୀତି ପେଡ଼ି ଖୋଲିଯିବା ଭୟରେ ନିଆଁ ଲଗାଯାଇଥିବା ନେଇ ଚର୍ଚ୍ଚା ହେଉଛି। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଛି ନିଆଁକୁ ଆୟତ୍ତ କରିଛି।

Advertisment

ଆଜି ସକାଳ ପ୍ରାୟ ୧୦ଟା ସମୟରେ ବ୍ଲକ କାର୍ଯ୍ୟାଳୟର BPC ସେକ୍ସନରେ ନିଆଁ ଲାଗିଥିବା ନେଇ ବିଭାଗୀୟ କର୍ମଚାରୀ ଦେଖିଥିଲେ। ଏନେଇ ପ୍ରଥମେ ଅଗ୍ନିଶମ ବହିନୀ ଓ ବିଡ଼ିଓଙ୍କୁ ଜଣାଇଥିଲେ। ଖବର ପାଇ ଦମକଳ ବହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ନିଆଁକୁ ଆୟତ୍ତ କରିବା ପୂର୍ବରୁ କାର୍ଯ୍ୟାଳୟରେ ଥିବା ଶହ ଶହ ଜରୁରୀ ଫାଇଲ ଓ କମ୍ପ୍ୟୁଟର ସମେତ ବହୁ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଥିଲା। ବିଡ଼ିଓ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ସମୀକ୍ଷା କରିବା ସହିତ ଏହାର ତଦନ୍ତ ଉପଜିଲ୍ଲାପାଳ କରିବେ ବୋଲି କହିଛନ୍ତି।

ବ୍ଲକ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି। ଏହି ଅଗ୍ନିକାଣ୍ଡ ମନୁଷ୍ୟକୃତ ବୋଲି ସନ୍ଦେହ କରାଯାଉଛି। ତେବେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପରେ ଜଣା ପଡ଼ିବ ପ୍ରକୃତ କାରଣ।

Advertisment
Boudh Fire Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe